ରାଇରଙ୍ଗପୁର: ଓଡ଼ିଶା ଯୋଗ ମହୋତ୍ସବ ସମିତି ଏବଂ ୱାଟର ଆଣ୍ଡ ପାୱାର କନ୍ସଲଟେନ୍ସି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ପୀଠ ଖିଚିଂ ଠାରେ ଆୟୋଜିତ ସାମୂହିକ ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ଦେଶର ବିଭିନ୍ନ ଐତିହାସିକ ପୀଠ ଗୁଡ଼ିକରେ ଯୋଗ ଦିବସ ପାଳନ କରାଯାଉଛି । ଏହି କ୍ରମରେ ଓଡ଼ିଶାର ପୁରୀ ଓ କୋଣାର୍କ ସମେତ ମୟୂରଭଞ୍ଜର ଖିଚିଂ ଠାରେ ମଧ୍ୟ ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଏଠାରେ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର