ETV Bharat / state

ଦାବି ପୂରଣ କଲେନି ସରକାର, ଆଜିଠୁ ସମୂହ ଛୁଟିରେ ଯିବେ ଅମଲା କର୍ମଚାରୀ - ଅମଲା କର୍ମଚାରୀ

କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିଥିଲେ ଅମଲା କର୍ମଚରୀ । ଦାବି ପୂରଣ ନହେବାରୁ ଆଜି ଠାରୁ ସମୂହ ଛୁଟିରେ ଯିବାକୁ ଦେଲେ ଚେତାବନୀ । ଅଧିକ ପଢ଼ନ୍ତୁ

ଛୁଟିରେ ଯିବେ ଆମଲା କର୍ମଚାରୀ
ଛୁଟିରେ ଯିବେ ଆମଲା କର୍ମଚାରୀ
author img

By

Published : Jun 1, 2023, 7:13 AM IST

ଛୁଟିରେ ଯିବେ ଆମଲା କର୍ମଚାରୀ

ରାଇରଙ୍ଗପୁର: ଆଜିଠୁ(ଗୁରୁବାର) ସମୂହ ଛୁଟିରେ ରହିବେ ଅମଲା କର୍ମଚାରୀ । ଏଭଳି କିଛି ଚେତାବନୀ ଦେଇଛି ଜିଲ୍ଲା ମିଳିତ ଅମଲା ମଞ୍ଚ । ପୂର୍ବରୁ ଦରମା ବୃଦ୍ଧି ଦାବିରେ ଜିଲ୍ଲାସ୍ତରୀୟ ଅମଲା କର୍ମଚାରୀ ମାନେ କଳା ବ୍ୟାଚ ପରିଧାନ କରିଥିଲେ । ହେଲେ ସରକାର ସେମାନଙ୍କ ଦାବି ନଶୁଣିବାରୁ ଆଜି ଠାରୁ ସମୂହ ଛୁଟିରେ ଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଫଳରେ ସରକାରୀ କାର୍ଯ୍ୟ ପ୍ରଭାବିତ ହୋଇପାରେ ।

ମୟୂରଭଞ୍ଜ ଜିଲ୍ଲା ମିଳିତ ଅମଲା ମଞ୍ଚ ତରଫରୁ ଗତ ୨୨ ତାରିଖରୁ ଦରମା ବୃଦ୍ଧି ଦାବି ନେଇ କଳା ବ୍ୟାଚ ପରିଧାନ କରାଯାଇଥିଲା । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅମଲା ମଞ୍ଚ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହେଲେ ରାଜ୍ୟ ସରକାର ଏ ଦିଗରେ ବର୍ତ୍ତମାନ ସୁଦ୍ଧା କର୍ଣ୍ଣପାତ କରି ନାହାନ୍ତି ଅଥବା କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ସେମାନେ କହିଛନ୍ତି । ଫଳରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଅମଲା ସଂଘ ।

ଅମଲା ସଂଘ ଆବାହକ ଅସିତ କୁମାର ମହାକୁଡ କହିଛନ୍ତି,"ଏପ୍ରିଲ ୨୧ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇବାରୁ ଚଳିତ ମାସ ୧ ତାରିଖ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ସରକାରଙ୍କ ପକ୍ଷରୁ କୌଣସି ପ୍ରତି ଉତ୍ତର ନପାଇ କଳାବ୍ୟାଚ୍ ପରିଧାନ କରାଯାଇଛି । କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨୦୦ଟଙ୍କା ଗ୍ରେଡକୁ ବୃଦ୍ଧି କରାଯାଉ । ଲେବେଲ ୪ରୁ ଲେବେଲ-୯କୁ ବୃଦ୍ଧି କରାଯାଉ । ସରକାର ଦାବି ପୂରଣ ନକଲେ ବାଧ୍ୟ ହୋଇ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବୁ । ଏହାକୁ ନେଇ ଜନ ସାଧାରଣଙ୍କ ସାହଯୋଗ ଲଡିଛି ଅମଲା ସଂଘ ।’’

ସେ ଆହୁରି ମଧ୍ୟ କହିଛନ୍ତି," କନିଷ୍ଠ ସହାୟକଙ୍କ ମୂଳ ଦରମା ୪୨ଶହ ଟଙ୍କା ଗ୍ରେଡ ପେ'କୁ ବୃଦ୍ଧି କରାଯାଉ । ଭିତ୍ତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୂଳ ଦରମା ୯୩୦୦ ସହିତ ଗ୍ରେଡପେ ୪୨୦୦ ଓ ଲେବେଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ । ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଉଚିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିବାଦ କରି ୨୨ମେ ରୁ31 ମେ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ ଜାରି ରଖିଥିଲେ ଅମଲା କର୍ମଚାରୀ।

ତେବେ ରାଜ୍ୟ ସରକାର ଏ ଦିଗରେ କୌଣସି ବି ସରକାରୀ ନିର୍ଦ୍ଦେଶନାମା ଜାରି କରିନାହାନ୍ତି । ଫଳରେ ଅମଲା କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ଆଜି ଠାରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅମଲା କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.