ETV Bharat / state

ବଳଦ ପାଇଁ ଷଡୁକୁ ହତ୍ୟା କଲା ଷଡୁ - bother in law

ମୟୂରଭଞ୍ଜ କପ୍ତିପଦା ଥାନା ଅସୁରଖାଳ ହାଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଷଡୁକୁ ପିଟିପିଟି ହତ୍ୟା କରିଛି ଷଡୁ। ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ...

କ୍ରୋଧ ଆଗରେ ଫିକା ପଡିଲା ସମ୍ପର୍କ, ସଡୁ କୁ ହତ୍ୟା କଲା ସଡୁ

author img

By

Published : Oct 18, 2020, 7:43 PM IST

ବାରିପଦା: ହାଟରେ ପିଟିପିଟି ଷଡୁକୁ ହତ୍ୟା କଲା ଷଡୁ l ମୟୂରଭଞ୍ଜ କପ୍ତିପଦା ଥାନା ଅସୁରଖାଲ ହାଟରେ ହୁଡି ସାହି ଗାଁର ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ଷଡୁ କାର୍ତ୍ତିକ ନାୟକ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l

ଅଭିଯୋଗ ଅନୁଯାୟୀ କାର୍ତ୍ତିକ ନାୟକଙ୍କ ଠାରୁ ତାଙ୍କ ଷଡୁ ରବୀନ୍ଦ୍ର ନାୟକ ଚାଷ ପାଇଁ ଏକ ବଳଦ ଆଣିଥିଲେ । ତେବେ ବଳଦକୁ ରବୀନ୍ଦ୍ର ଖାଇବାକୁ ଦେଉନଥିବାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ କାର୍ତ୍ତିକ ପହଞ୍ଚି ପାଟିତୁଣ୍ଡ କରିବା ସହ ରବୀନ୍ଦ୍ରଙ୍କୁ ବାଡେଇ ବାଡେଇ ଗୁରୁତର କରିଥିଲା l ଏହାପରେ ପରିବାର ଲୋକ ଖବର ପାଇ ରବୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା l

କ୍ରୋଧ ଆଗରେ ଫିକା ପଡିଲା ସମ୍ପର୍କ, ସଡୁ କୁ ହତ୍ୟା କଲା ସଡୁ

ଘଟଣାରେ କପ୍ତିପଦା ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ ଗିରଫ କରିଛି ପୋଲିସ l ତେବେ ବାରିପଦାରେ ଏକ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି l ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.