ETV Bharat / state

ଭଞ୍ଜସେନାର ଏକାଦଶାହ ଦିବସ ଅବସରରେ ରକ୍ତଦାନ ଶିବିର

ଭଞ୍ଜସେନାର ଉପସଭାପତିଙ୍କ ଏକାଦଶାହ ଦିବସ ଅବସରରେ ଭଞ୍ଜସେନା ପରିବାରର ସ୍ମୁତିଚାରଣ ଉଦ୍ଦେଶ୍ୟରେ ଆୟୋଜିତ ରକ୍ତଦାନ ଶିବିର । ଅଧିକ ପଢନ୍ତୁ...

ଭଞ୍ଜସେନାର ଏକାଦଶାହ ଦିବସ ଅବସରରେ ରକ୍ତଦାନ ଶିବିର
ଭଞ୍ଜସେନାର ଏକାଦଶାହ ଦିବସ ଅବସରରେ ରକ୍ତଦାନ ଶିବିର
author img

By

Published : May 24, 2021, 10:00 PM IST

ବାରିପଦା: ଗତ ମେ ୧୪ ତାରିଖ ଦିନ ସଡକ ଦୁର୍ଘଟଣାରେ ଭଞ୍ଜସେନାର ଛାତ୍ର ଉପସଭାପତି ରବିନ୍ଦ୍ର ସାହୁ ଓ ତାଙ୍କର ୨ ଜଣ ବନ୍ଧୁଙ୍କ ଅକାଳ ବିୟୋଗ ଘଟିଥିଲା । ଏନେଇ ବାରିପଦା ସହରରେ ସମଗ୍ର ଛାତ୍ର ସମାଜ ସ୍ତବ୍ଧ ହୋଇ ଯାଇଥିଲା । ଆଜି ତାଙ୍କର ଏକାଦଶାହରେ ଭଞ୍ଜସେନା ପରିବାର ସ୍ମୁତିଚାରଣ କରି 'ଭଞ୍ଜସେନା ରକ୍ତଭଣ୍ଡାର ଶାଖା' ଆନୁକୂଲ୍ୟରେ ତଖତପୁରସ୍ଥିତ ଏକ ହୋଟେଲ୍ ସମ୍ମୁଖରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଭଞ୍ଜସେନାର ଏକାଦଶାହ ଦିବସ ଅବସରରେ ରକ୍ତଦାନ ଶିବିର

ଏହି ରକ୍ତଦାନ ଶିବିରରେ ବହୁ ଯୁବକ ଏବଂ ଛାତ୍ରଛାତ୍ରୀ କୋଭିଡ ଗାଇଡଲାଇନ ପାଳନ କରି ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ଦାନ କରି ଛାତ୍ର ନେତା ରବୀନ୍ଦ୍ର ସାହୁ ଓ ଅନ୍ୟ ଦୁଇଜଣ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ବାରିପଦା ଟାଉନ୍ ଥାନାଧିକାରୀ ବୀରେନ୍ଦ୍ର ସେନାପତି ଓ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ମୁଖ୍ୟ ଅତିଥିଭାବେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସମେତ ସେବା ମନୋଭାବରେ କାର୍ଯ୍ୟ କରିବା ପାଇଁ ଯୁବ ଓ ଛାତ୍ର ସମାଜକୁ ବାର୍ତ୍ତା ପ୍ରଦାନ କରିଥିଲେ ଏବଂ ୩ ଜଣ ବନ୍ଧୁଙ୍କ ପରିବାର ସଦସ୍ୟ ଏହି ରକ୍ତଦାନ ଶିବିରକୁ ସେବା ଉଦ୍ଦେଶ୍ୟରେ ଉନ୍ମୋଚନ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.