ETV Bharat / state

ବିଜେପିର ବିଜୟ ଶୋଭାଯାତ୍ରା

ଚଳିତ ସାଧାରଣ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି । ଏନେଇ ବିଜେପି ପକ୍ଷରୁ  ବିଜୟ ଶୋଭାଯାତ୍ରା କରାଯାଇଛି ।

author img

By

Published : May 25, 2019, 10:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର : ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପରେ ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ନବ ଚରଣ ମାଝି ଓ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ଡ଼. ବୁଢାନ୍ ମୁର୍ମୁ ବିଜୟ ଲାଭ କରିଛନ୍ତି । ଯାହାଫଳରେ ଶନିବାର ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏହି ଶୋଭାଯାତ୍ରା ରାଇରଙ୍ଗପୁର ସହରର ୱାର୍ଡ ନଂ ୧୦ ଅଁଳାଡୁବାଠାରେ ଅବସ୍ଥିତ ସର୍ବ ପୁରାତନ ମଠ ମନ୍ଦିରରୁ ବାହାରି ରାଇରଙ୍ଗପୁର ସହରରେ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଏକ ସୁସଜ୍ଜିତ ଗାଡ଼ିରେ ଉଭୟ ରାଇରଙ୍ଗପୁର ଓ ସାରସକଣାର ନବ ନିର୍ବାଚିତ ବିଧାୟକଙ୍କୁ ନେଇ ରାଇରଙ୍ଗପୁର ସହର ପରିକ୍ରମା କରାଯାଇଥିଲା । ଏହି ବିଜୟ ଶୋଭାଯାତ୍ରାରେ ବିଜେପି ଯୁବମୋର୍ଚ୍ଚା, ବିଜେପି ମହିଳା ମୋର୍ଚ୍ଚା ସମେତ ଦଳୀୟ ନେତା ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.