ETV Bharat / state

ବେକାରୀ ମୁକ୍ତ ମୟୁରଭଞ୍ଜ ପାଇଁ ଆନ୍ଦୋଳନ କରିବ ଭଞ୍ଜସେନା - ଭଞ୍ଜସେନା ପ୍ରତିଷ୍ଠା ଦିବସ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳନ କଲା ଜିଲ୍ଲାର ଅଣରାଜନୈତିକ ଭଞ୍ଜସେନା । ଏହି ଅବସରରେ ବାରିପଦା ଷ୍ଟାଡିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଲଢେଇ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ......

ବେକାରୀ ମୁକ୍ତ ମୟୁରଭଞ୍ଜ ପାଇଁ ଆନ୍ଦୋଳନ କରିବ ଭଞ୍ଜସେନା

author img

By

Published : Jan 23, 2021, 11:08 PM IST

ବାରିପଦା: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳନ କଲା ଜିଲ୍ଲାର ଅଣରାଜନୈତିକ ଭଞ୍ଜସେନା । ଏହି ଅବସରରେ ଆଜି ବାରିପଦା ଷ୍ଟାଡିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଲଢେଇ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ବେକାରୀ ମୁକ୍ତ ମୟୁରଭଞ୍ଜ ପାଇଁ ଆନ୍ଦୋଳନ କରିବ ଭଞ୍ଜସେନା
ଆଜକୁ ୨୩ ବର୍ଷ ପୂର୍ବେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ଜିଲ୍ଲାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଜନ୍ମ ନେଇଥିଲା । ଭଞ୍ଜସେନା ପକ୍ଷରୁ ୨୩ତମ ପ୍ରତିଷ୍ଠା ଦିବସ ବାରିପଦାରେ ପାଳିତ ହୋଇଛି । ତେବେ ପ୍ରତିଷ୍ଠା ଦିବସରେ ସଙ୍ଗଠନ ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ସ୍ୱାର୍ଥ ପାଇଁ ବିଗତ ୨୩ ବର୍ଷ ଧରି କାମ କରୁଛି ସଙ୍ଗଠନ ଆଗକୁ ମଧ୍ୟ ଜିଲ୍ଲାର ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ସଙ୍ଗଠନ ସଭାପତି ପିଣ୍ଟୁ ମାଇତି କହିଛନ୍ତି । ତେବେ ଆଗାମୀ ଦିନରେ ବେକାରୀ ମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଆନ୍ଦୋଳନ କୁ ଜୋରଦାର କରାଯିବା ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାରୁ ଲୁହାପଥର ରପ୍ତାନିକୁ ବିରୋଧ କରିବ ଭଞ୍ଜସେନା ।

ଅନ୍ୟପକ୍ଷରେ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସାମଗ୍ରିକ ବିକାଶ ପାଇଁ ଲଢେଇ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନାର ଅଧ୍ୟକ୍ଷ ସତ୍ୟ ସ୍ୱରୂପ ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ସଭାପତି ପିଣ୍ଟୁ ମାଇତି, ଯୁବ ଓ ଛାତ୍ର ସଙ୍ଗଠନ ରାକେଶ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.