ETV Bharat / state

ବାଙ୍ଗିରିପୋଷିରୁ ଗୋରୁମହିଷାଣିକୁ ରେଳ ସଂଯୋଗ ଦାବିରେ ଭଞ୍ଜସେନାର ପଦଯାତ୍ରା

author img

By

Published : Aug 28, 2021, 7:48 AM IST

ଜିଲ୍ଲାକୁ ରେଳ କ୍ଷେତ୍ରରେ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛି ଭଞ୍ଜସେନା । ତେବେ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ବାଙ୍ଗିରିପୋଷିରୁ ଗୋରୁମହିଷାଣି ରେଳ ସଂଯୋଗ ଦାବିରେ ଭଞ୍ଜସେନା କର୍ମକର୍ତ୍ତା ମାନେ ପଦଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ....

ବାଙ୍ଗିରିପୋଷିରୁ ଗୋରୁମହିଷାଣିକୁ ରେଳ ସଂଯୋଗ ଦାବିରେ ଭଞ୍ଜସେନାର ପଦଯାତ୍ରା
ବାଙ୍ଗିରିପୋଷିରୁ ଗୋରୁମହିଷାଣିକୁ ରେଳ ସଂଯୋଗ ଦାବିରେ ଭଞ୍ଜସେନାର ପଦଯାତ୍ରା

ବାରିପଦା: ଜିଲ୍ଲାରେ ରେଳ ଚଳାଚଳ ନହେବା ନେଇ ରାସ୍ତାକୁ ଓହ୍ଲାଇଛି ଭଞ୍ଜସେନା । ଏନେଇ ବାଙ୍ଗିରିପୋଷିରୁ ଗୋରୁମହିଷାଣି ପର୍ଯ୍ୟନ୍ତ ରେଳ ସଂଯୋଗ ଦାବିରେ ଭଞ୍ଜସେନା ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି । ଶୁକ୍ରବାର ବାଙ୍ଗିରିପୋଷି ଠାରୁ ଭଞ୍ଜସେନା କର୍ମକର୍ତ୍ତା ମାନେ ପଦଯାତ୍ରା ଆରମ୍ଭ କରିବା ସହ ଏହି ପଦଯାତ୍ରା ଗୋରୁମହିଷାଣି ପର୍ଯ୍ୟନ୍ତ ଚାଲିବ । ତେବେ ଭଞ୍ଜସେନାର ଅଭିଯୋଗ ଅନୁଯାୟୀ ରାଜା ରାଜୁଡା ଅମଳରୁ ପ୍ରଥମେ ଜିଲ୍ଲାରେ ରୁପ୍ସା ଠାରୁ ବାଙ୍ଗିରିପୋଷି ରେଳ ଚଳାଚଳ କରୁଥିବା ବେଳେ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ସରକାର ପୂରଣ କରିବା ନେଇ ଅଭିଯୋଗ ହୋଇଛି ।

ସେପଟେ ବାଙ୍ଗିରିପୋଷିରୁ ଗୋରୁମହିଷାଣି ରେଳ ସଂଯୋଗ ଦାବିରେ ଭଞ୍ଜସେନା କର୍ମକର୍ତ୍ତା ମାନେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ତିନି ଦିନ ପର୍ଯ୍ୟନ୍ତ ଚାଲିବା ନେଇ ଭଞ୍ଜସେନା ପକ୍ଷରୁ ସୂଚନା ମିଳିଛି । ତେବେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଭଞ୍ଜସେନା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.