ETV Bharat / state

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା, ଅଣ୍ଟା ଭିଡିଲା ଭଞ୍ଜସେନା

author img

By

Published : Jun 6, 2023, 4:36 PM IST

ଶିମିଳିପାଳ ଅଭୟାରଣ୍ୟର ପୂର୍ବ ସୌନ୍ଦର୍ଯ୍ୟ ଏବେ ନଷ୍ଟ ହେବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବର ଉତ୍ତୋଳନ କରିଛି ମୟୂରଭଞ୍ଜର ଜାଗ୍ରତ ପ୍ରହରୀ ତଥା ଅଣ ରାଜନୈତିକ ସଂଗଠନ "ଭଞ୍ଜସେନା" । ଅଧିକ ପଢନ୍ତୁ

bhanjasena committee rally
bhanjasena committee rally
bhanjasena committee rally

ରାଇରଙ୍ଗପୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆଜି ବିପଦପୂର୍ଣ୍ଣ ଅବସ୍ଥାରେ । କେତେବେଳେ ଶିମିଳିପାଳ ଅଭୟାରଣ୍ୟ ରେ ନିଆଁ ଲାଗି ଯାଉଛି ତ କେତେବେଳେ ଶିକାରୀମାନେ ଜଙ୍ଗଲକୁ ପଶି ଆସି ଜଙ୍ଗଲ ନଷ୍ଟ କରୁଛନ୍ତି । ଗତ ମାସକ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ ଗୁଳି ଫୁଟି ଜଣେ ବନ କର୍ମଚାରୀ ଓ ଜଣେ ଯୁବକର ମୃତ୍ୟୁ ମଧ୍ୟ ଘଟିଛି। ସେହିପରି ଶିମିଳିପାଳର ରକ୍ଷକ ଏବେ ଭକ୍ଷକ ସାଜୁଥିବାର ଅଭିଯୋଗ ମଧ୍ୟ ହେଉଛି। ତେବେ ଶିମିଳିପାଳ ଅଭୟାରଣ୍ୟ ର ପୂର୍ବ ସୌନ୍ଦର୍ଯ୍ୟ ଏବେ ନଷ୍ଟ ହେବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବର ଉତ୍ତୋଳନ କରିଛି ମୟୂରଭଞ୍ଜର ଜାଗ୍ରତ ପ୍ରହରୀ ତଥା ଅଣ ରାଜନୈତିକ ସଂଗଠନ "ଭଞ୍ଜସେନା"। ଶିମିଳିପାଳ ଅଭୟାରଣ୍ୟ କୁ ସୁରକ୍ଷିତ ରଖିବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛି ଭଞ୍ଜସେନା।

ଶିମିଳିପାଳର ସୁରକ୍ଷା ଦାବି କରି ଗତ ଶୁକ୍ରବାର ଠାରୁ ଭଞ୍ଜସେନା ପକ୍ଷରୁ ଜିଲ୍ଲା ବ୍ୟାପି ପଦଯାତ୍ରା ଆରମ୍ଭ କରାଯାଇଛି। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବାରେ ଲାଗିଛି ଭଞ୍ଜସେନା। ତେବେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ରୁ ପଦଯାତ୍ରା ଆରମ୍ଭ ହୋଇ କରଞ୍ଜିଆ, ଯଶିପୁର, ରାଇରଙ୍ଗପୁର, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା, ବାରିପଦା, ଖୁଣ୍ଟା ଓ ଉଦଳା ଦେଇ ଶେଷରେ କପ୍ତିପଦାଠାରେ ପଦଯାତ୍ରା ସମାପ୍ତ ହେବ ବୋଲି ଭଞ୍ଜସେନା ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳୁ ଭଞ୍ଜସେନାର ସଦସ୍ୟମାନେ ପଦଯାତ୍ରାରେ ଆସି ରାଇରଙ୍ଗପୁର ସହରରେ ପହଞ୍ଚିଥିଲେ। ରାଇରଙ୍ଗପୁର ସହରର ମୁର୍ମୁ ଛକ ଠାରେ ପହଞ୍ଚି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରା ଦେବା ସହିତ ପୁଣି ବାରିପଦା ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ।

ତେବେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ଭଞ୍ଜସେନା। ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଏହି ପଦଯାତ୍ରାରେ ସମସ୍ତ ଜନସାଧାରଣଙ୍କୁ ସାମିଲ ହେବାକୁ ଅନୁରୋଧ କରିଛି ଭଞ୍ଜସେନା। ଏଠାରେ ସୂଚନାଯୋଗ୍ୟ ଯେ, ଏସିଆ ମହାଦେଶ ର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଜୈବମଣ୍ଡଳ ର ଆୟତନ ହେଉଛି ୨୭୫୦ ବର୍ଗ କି.ମି। ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ। ଏଠାରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ, ବନ୍ୟଜନ୍ତୁ, ଜଳପ୍ରପାତ ସବୁ ରହିଥିବା ବେଳେ ପର୍ଯ୍ୟଟକ ମାନେ ଶିମିଳିପାଳ ପରିଭ୍ରମଣ ରେ ଆସି ଭରପୁର ଉପଭୋଗ କରିଥାନ୍ତି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.