ETV Bharat / state

ବିଜୁ ଯୁବ ବାହିନୀର ନିଆରା ପ୍ରୟାସ ‘ସବୁଜ ବନାନୀ ସବୁଜ ରାଜ୍ୟ’ - ଗଛ

‘ଗଛ କାଟିବାକୁ ଦେବାନି ଜମା, ଗଛ ପରା ଆମ ଜୀବନ ବୀମା’ । ଗଛ କାଟିବା ବନ୍ଦ କରିବା ପାଇଁ ଏପରି ସ୍ଲୋଗାନ ସହ ରାଇରଙ୍ଗପୁର ବ୍ଲକ ଭାଲୁବସା ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ସଚେତନାତ୍ମକ କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 5, 2019, 7:53 PM IST

ରାଇରଙ୍ଗପୁର: ‘ଗଛ କାଟିବାକୁ ଦେବାନି ଜମା, ଗଛ ପରା ଆମ ଜୀବନ ବୀମା’ । ଗଛ କାଟିବା ବନ୍ଦ କରିବା ପାଇଁ ଏପରି ସ୍ଲୋଗାନ ସହ ରାଇରଙ୍ଗପୁର ବ୍ଲକ ଭାଲୁବସା ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ସଚେତନାତ୍ମକ କାର୍ଯ୍ୟକ୍ରମ । ବିଭିନ୍ନ ସମୟରେ ସ୍ବେଚ୍ଛାସେବୀ ଭାବେ ସାମାଜିକ ଓ ସଚେତନାତ୍ମକ ଭାବେ କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହିଥିବା ବିଜୁ ଯୁବ ବାହିନୀ ଏବେ ବିଭିନ୍ନ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ପୁଣି ସାଉଁଟିଛି ପ୍ରଶଂସା ।

ଭାଲୁବସା ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ସ୍ଥାନୀୟ ନାଗଭଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସହ ବୃକ୍ଷକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ବୃକ୍ଷକୁ ବାଉଁଶ ଓ ଜାଲ ବାଡରେ ଘେରିବା ସହ ବୃକ୍ଷଗୁଡିକୁ ସ୍କୁଲର ଛାତ୍ରଛାତ୍ରୀ ଓ ଯୁବ ବାହିନୀର ସଦସ୍ୟଙ୍କ ନାମ ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କର ନାମ ଯେଉଁ ବୃକ୍ଷକୁ ଦିଆଯାଇଛି ସେହି ବୃକ୍ଷର ରକ୍ଷଣାବେକ୍ଷଣା ଦାୟିତ୍ବ ତାଙ୍କର।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମାୟାବତୀ ହେମ୍ବ୍ରମ, ଶିକ୍ଷୟିତ୍ରୀ ସମଲେଶ୍ବରୀ ମହାନ୍ତ, ଦିପ୍ତିମୟୀ ମହାନ୍ତ ଓ ଶିକ୍ଷକ ସୁଧାଂଶୁ ବଳ ନିଜ ନାମରେ ଗଛ ଲଗାଇ ରକ୍ଷଣାବେକ୍ଷଣା ଦାୟିତ୍ବ ନେଇଛନ୍ତି । ଏହି ଅବସରରେ ନାଗଭଣ ଗ୍ରାମର କେତେକ ପୂର୍ବତନ ଶିକ୍ଷକ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହ ବିଜୁ ଯୁବ ବାହିନୀର ସଭାପତି ସେଖ୍‌ ସାଦ୍ଦାମ ‘ସବୁଜ ବନାନୀ ସବୁଜ ରାଜ୍ୟ’ ପାଇଁ ଉପସ୍ଥିତ ସଭିଙ୍କୁ ଆହ୍ବାନ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ସୁରେଶ କୁମାର ବିନ୍ଧାଣି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର :
ଗଛ କାଟିବାକୁ ଦେବାନି ଜମା
ଗଛପରା ଆମ ଜୀବନ ବୀମା
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଭାଲୁବସା ବିଜୁ ଯୁବ ବାହିନୀ ପକ୍ଷରୁ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି I ବିଜୁ ଯୁବ ବାହିନୀ ବିଭିନ୍ନ ସମୟରେ ସ୍ଵେଚ୍ଛାସେବୀ ଭାବେ ସାମାଜିକ ଓ ସଚେତନାତ୍ମକ ଭାବେ କାର୍ଯକ୍ରମ କରି ଚର୍ଚାରେ ରହିଆସିଥିବା ବେଳେ ବିଭିନ୍ନ ସ୍କୁଲରେ ବୃକ୍ଷରୋପଣ କାର୍ଯକ୍ରମ କରି ଏବେ ପୁଣି ପ୍ରଶଂସାର ପାତ୍ର ପାଲଟିଛନ୍ତି I ଭାଲୁବସା ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ନାଗଭଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରିବା ସହ ବୃକ୍ଷକୁ ବଞ୍ଚାଇବା ପାଇଁ ଏକ ଅଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି I ବୃକ୍ଷକୁ ବାଉଁଶ ଓ ଜାଲ ବାଡରେ ଘେରିବା ସହ ବୃକ୍ଷ ଗୁଡିକୁ ସ୍କୁଲର ଛାତ୍ରଛାତ୍ରୀଙ୍କ ନାଁ ଓ ଯୁବ ବାହିନୀ ସଦସ୍ୟଙ୍କ ନାଁ ଦିଆଯାଇଛି I ଯେଉଁ ଛାତ୍ରଛାତ୍ରୀଙ୍କର ନାମ ବୃକ୍ଷକୁ ଦିଆଯାଇଛି ସେହି ବୃକ୍ଷର ରକ୍ଷଣାବେକ୍ଷଣା ଦାୟିତ୍ତ ମଧ୍ୟ ଉକ୍ତ ଛାତ୍ରଛାତ୍ରୀଙ୍କୁ ନ୍ୟସ୍ତ କରାଯାଇଛି I ସ୍କୁଲର ପ୍ରଧାନ ଶିକ୍ଷ୍ୟୟତ୍ରୀ ମାୟାବତୀ ହେମ୍ବ୍ରମ, ଶିକ୍ଷ୍ୟୟତ୍ରୀ ସମଲେଶ୍ଵରୀ ମହାନ୍ତ ,ଦିପ୍ତିମୟୀ ମହାନ୍ତ ଓ ଶିକ୍ଷକ ସୁଧାଂଶୁ ବଳ ନିଜ ନାମରେ ଗଛ ଲଗାଇ ତାର ରକ୍ଷଣାବେକ୍ଷଣା ଦାୟିତ୍ତ ନେଇଛନ୍ତି I ଏହି ଅବସରରେ ନାଗଭଣ ଗ୍ରାମର ପୂର୍ବତନ ଶିକ୍ଷକ ନୀଳକଣ୍ଠ ମହାନ୍ତ ,ସେକ ଆଜିମୁଦ୍ଦିନ,ପଦ୍ମିନୀ ମହାନ୍ତ,ସୁଶାନ୍ତ କୁମାର ମହାନ୍ତ ଓ ପୂର୍ବତନ ଅଧ୍ୟାପକ ଗଣେଶ ମିଶ୍ର ପ୍ରମୁଖ ଏହି କାର୍ଯକ୍ରମରେ ସାମିଲ ହୋଇଥିଲେ I ସେକ ସଦ୍ଦାମ, ସେକ ସାମିମ ,ସେକ ତେଜେମୁଲ ,ରେବୁଲ ଖାନ, ସଦ୍ଦାମ ହୁଶେନ ,ସେକ ଜିଆଉଦ୍ଦୀନ ପ୍ରମୁଖ ବୃକ୍ଷରୋପଣରେ ସହଯୋଗ କରିଥିଲେ I ପରିଶେଷରେ ବିଜୁ ଯୁବ ବାହିନୀର ସଭାପତି ସେକ ସାଦ୍ଦାମ ସବୁଜ ବନାନୀ ସବୁଜ ରାଜ୍ୟ କରିବା ସମସ୍ତଙ୍କ ଉଦ୍ଦେଶ୍ୟ ହେବା ଉଚିତ କହିବା ସହ “ଗଛ କାଟିବାକୁ ଦେବାନି ଜମା , ଗଛ ପରା ଆମ ଜୀବନ ବୀମା “ବୋଲି କହିଥିଲେ I ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ସୁରେଶ କୁମାର ବିନ୍ଧାଣିଙ୍କ ତତ୍ଵାବଧାନରେ ସମସ୍ତ କାର୍ଯକ୍ରମ ସମାପନ ହୋଇଥିଲା IBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.