ETV Bharat / state

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢାଇଲା ବାମନଘାଟି ଠିକାଦାର ସଂଘ

author img

By

Published : Nov 25, 2020, 8:18 PM IST

ରାଇରଙ୍ଗପୁରର ଅଗ୍ରଣୀ ଅନୁଷ୍ଠାନ 'ବାମନଘାଟୀ ଠିକାଦାର ସଂଘ' କୋରୋନାରେ ମୃତ ଅସହାୟ ପରିବାରବର୍ଗଙ୍କ ପାଇଁ ଆଗେଇ ଆସିଛି । ସଂଘର ସମସ୍ତ ସଦସ୍ୟ ନିଜର ସାମର୍ଥ୍ୟ ଅନୁସାରେ ୭୦,୦୦୦ ଟଙ୍କାର ଅର୍ଥରାଶି ସଂଗ୍ରହ କରି ଚେକ୍ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଅସହାୟ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲା ବାମନଘାଟି ଠିକାଦାର ସଂଘ

ରାଇରଙ୍ଗପୁର: କୋରୋନାରେ ମୃତ ପରିବାର ବର୍ଗଙ୍କୁ ସହାୟତାର ହାତ ବଢାଇଲା ବାମନଘାଟି ଠିକାଦାର ସଂଘ । ଗତ ୧୩ ଅକ୍ଟୋବରରେ ରାଇରଙ୍ଗପୁର ସହରର ସମାଜସେବୀ ପେଶାରେ ଠିକାଦାର ବୃତ୍ତି କରୁଥିବା ପବିତ୍ର ବେହେରା(୫୫)ଙ୍କ କୋରୋନା ସଂକ୍ରମଣରେ ବାରିପଦା ସ୍ଥିତ ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇ ଯାଇଥିଲା ।

ଘରେ ତାଙ୍କର ରୁଗଣା ମାତା, ସ୍ତ୍ରୀ, ବାରିପଦାର ଘରୋଇ +୨ ସ୍କୁଲରେ ପଢୁଥିବା ଦିତୀୟ ବର୍ଷ ବିଜ୍ଞାନ ଛାତ୍ର, ସଂପୁର୍ଣ୍ଣ ବିକଳାଙ୍ଗ ସାନଭାଇ, ଏବଂ ଜଣେ ରୁଗଣା ବେରୋଜଗାର ଭାଇ ଥିବାବେଳେ ୫ଜଣଙ୍କର ଦାୟିତ୍ବ ତାଙ୍କ କାନ୍ଧରେ ଥିଲା । ଏଭଳି ଦୁଃଖଦ ସମୟରେ ଏହି ଅସହାୟ ପରିବାରବର୍ଗଙ୍କୁ ଚଳାଇବା ତଥା ଅକର୍ମଣ୍ୟ ଭାଇ ଓ ବୃଦ୍ଧା ମା'ର ହାଲଚାଲ ବୁଝିବା ନେଇ ପରିବାରର ସମସ୍ତଙ୍କ ଆଖିରେ ଲୁହ ବର୍ତ୍ତମାନ ସୁଦ୍ଧା ଶୁଖିନି । ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ଅଗ୍ରଣୀ ଅନୁଷ୍ଠାନ 'ବାମନଘାଟୀ ଠିକାଦାର ସଂଘ' ଅସହାୟ ମୃତ ପରିବାରବର୍ଗଙ୍କ ପାଇଁ ଆଗେଇ ଆସିଛି । ସଂଘର ସମସ୍ତ ସଦସ୍ୟ ନିଜର ସାମର୍ଥ୍ୟ ଅନୁସାରେ ୭୦,୦୦୦ ଟଙ୍କାର ଅର୍ଥରାଶି ସଂଗ୍ରହ କରି ଚେକ୍ ମାଧ୍ୟମରେ ସ୍ବର୍ଗତ ପବିତ୍ରଙ୍କ ଘରେ ପହଞ୍ଚି ତାଙ୍କର ସ୍ତ୍ରୀ ଏବଂ ପୁଅକୁ ପୁଅ ନାମରେ ଚେକଟିକୁ ପ୍ରଦାନ କରିଥିଲେ ।

ଏହାସହ ସଂଘର ସଦସ୍ୟମାନେ ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳେ ବି କିଛି ଅସୁବିଧା ହେବ ସଂଘ ସହାୟତା ପାଇଁ ଆଗେଇ ଆସିବ । ଏହି ସମାଜ ସେବା କାର୍ଯ୍ୟରେ ବାମନଘାଟି ଠିକାଦାର ସଂଘ ସଭାପତି ସୁବାସ ମଣ୍ଡଳ, ସଂପାଦକ ସୁଜିତ୍ ପ୍ରଧାନ, କୋଷାଧ୍ୟକ୍ଷ ରାମୁ ଅଗ୍ରୱାଲ, ପ୍ରଦୀପ ରାଉତଙ୍କ ସମେତ ଅନ୍ୟ ଠିକାଦାର ମାନେ ଉପସ୍ଥିତ ଥିଲେ । ବାମନଘାଟି ଠିକାଦାର ସଂଘର ଏଭଳି ସମାଜସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.