ETV Bharat / state

ମିଳିଲା କାମ, ବାଉଁଶ କାରିଗରଙ୍କ ମୁହଁରେ ଫେରିଲା ହସ

author img

By

Published : Mar 30, 2021, 5:05 PM IST

ମହାମାରୀ କୋରୋନା ଛଡାଇ ନେଇଥିଲା ଅନେକଙ୍କ ଜୀବନ ଆଉ ଜୀବିକା । ଆଉ ଏଥିରୁ ବାଦ ପଡିନଥିଲେ ବାଉଁଶ କାରିଗର । ହାତ ବାନ୍ଧି ବସିଥିବା ବାଉଁଶ କାରିଗର ସରକାରୀ ଯୋଜନାରେ କାମ ପାଇ ପୁଣି ଥରେ ନିଜ କୌଳିକ ବୃତ୍ତିରେ ଦୁଇ ପାଇସା ରୋଜଗାର କରି ପାରୁଛନ୍ତି । ଅଧିକ ପଢନ୍ତୁ...

ବାଉଁଶ କାରିଗରଙ୍କୁ ନାହିଁ ଫୁରସତ
ବାଉଁଶ କାରିଗରଙ୍କୁ ନାହିଁ ଫୁରସତ

ବାରିପଦା: ମହାମାରୀ କୋରୋନା ଛଡାଇ ନେଇଥିଲା ଅନେକଙ୍କ ଜୀବନ ଜୀବିକା । ଆଉ ଏଥିରୁ ବାଦ ପଡିନଥିଲେ ବାଉଁଶ କାରିଗର। କୋରୋନା ମାଡରେ ବାଉଁଶ କାରିଗର ହାତ ବାନ୍ଧି ବସିଥିବା ବେଳେ ଏବେ ସରକାରୀ ଯୋଜନାରେ କାମ ପାଇ ପୁଣି ଥରେ ନିଜ କୌଳିକ ବୃତ୍ତିରୁ ଦୁଇ ପାଇସା ରୋଜଗାର କରିପାରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବ୍ରାହ୍ମଣମରା ଓ ମସରଦା ଗ୍ରାମର ବାଉଁଶ କାରିଗର ।

ହାତ ଖୋଜୁଛି କାମ; ବାଉଁଶ କାରିଗରଙ୍କୁ ନାହିଁ ଫୁରସତ

ଦିନେ ମହାମାରୀର କଳାନଜରରେ ଏମାନେ କଷ୍ଟ ପାଉଥିଲେ । ହେଲେ ଆଜି ସେ ସବୁ ଦୂରେଇ ଯାଇଛି । ଜୀବନ ଆଉ ଜୀବିକାର ଦୋଛକିରୁ ବାହାରିଥିବା ଏହି କାରିଗର ହାତରେ ଏବେ କାମ ଭିଡ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ାବ୍ଲକ ବ୍ରାହ୍ମଣମରା ଓ ମସରଦା ଗ୍ରାମର ବାଉଁଶ କାରୀଗରଙ୍କ ପକ୍ଷେ ଦୁଇ ପଇସା ରୋଜଗାର କରିବା କଷ୍ଟକର ହୋଇ ପଡିଥିଲା । ଲକଡାଉନ ଓ ସଟଡାଉନ ସମୟରେ ଏମାନଙ୍କ କାମରେ ପଡିଥିଲା ସଟର । ସମସ୍ତଙ୍କ ପରି ଏମାନେ ମଧ୍ୟ ବାଦ ପଡି ନଥିଲେ କୋରୋନା କୋପରୁ। ହେଲେ ସେ ଦୁଃଖ ଆଉ ଏବେ ନାହିଁ । କେରୋନା ସ୍ଥିତି ସୁଧୁରିନି ହେଲେ ଏମାନଙ୍କ ସ୍ଥିତି ସୁଧୁରିଛି । ବର୍ତ୍ତମାନ ସରକାରଙ୍କ ତରଫରୁ କାମ ପାଇ ବେଶ ଦୁଇ ପାଇସା ରୋଜଗାର କରି ଖୁସିରେ ଅଛନ୍ତି ଏହି କାରିଗର ।

ଆଦିବାସୀ ମାହାଲି ସମ୍ପ୍ରଦାୟର ଶହ ଶହ ବାଉଁଶ କାରିଗରଙ୍କ ଅସମୟରେ ତାଙ୍କୁ ସାହାରା ଦେଇଛି ଓପିଲିପି ଓସ୍ପାର ଏନଜିଓ । ଓପିଲିପିର ସହାୟତାରେ କାମ ପାଇ ଦିନକୁ 400 ରୁ 500 ଟଙ୍କା ରୋଜଗାର କରି ପାରୁଛନ୍ତି ଏହି କାରିଗର । ଆଗାମି ଦିନରେ କାମ ଅଭାବରୁ ଯେପରି ଏହି କାରିଗର ଜୀବିକା ନ ହରାନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ଅଧିକ ଅଧିକରୁ ଯୋଜନାମାନ କରାଯାଉଛି ବୋଲି କହିଛନ୍ତି ଓପିଲିପି ସଂସ୍ଥାର ମୁଖ୍ୟ । ବାଉଁଶ କାରିଗରଙ୍କୁ ବର୍ଷ ତମାମ ସରକାରୀ ଯୋଜନାରେ ସାମିଲ କରି କାର୍ଯ୍ୟ ଯୋଗାଇ ଦେଲେ ଏମାନେ ନିଜ କୌଳିକ ବୃତ୍ତିରୁ ଆଉ ଦୂରେଇ ଯାଆନ୍ତେ ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.