ETV Bharat / state

ମା’ ପାଖରେ ମାନସିକ: ଅଗ୍ନିକାଣ୍ଡରୁ ଉଦ୍ଧାର କରେ ମା’ ହିଙ୍ଗୁଳା - ମୟୁରଭଞ୍ଜର ମା’ ହିଙ୍ଗୁଳା

ମୟୂରଭଞ୍ଜର ପ୍ରସିଦ୍ଧ ଶକ୍ତି ପୀଠ ମା’ ହିଙ୍ଗୁଳା ମନ୍ଦିରରେ ବଡ଼ପୂଜା ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବଡ଼ସାହି ବ୍ଲକ ସୁହାଗପୁର ପଞ୍ଚାୟତର କଉଡ଼ିଖଣି ଗାଁ ନିକଟ ଶାଳ ଜଙ୍ଗଲରେ ମା’ଙ୍କ ମନ୍ଦିର । ବଡ଼ପୂଜା ପାଇଁ ସେଠାରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଥିବା ବେଳେ ମାନସିକଧାରୀଙ୍କ ଭିଡ ପରିଲକ୍ଷିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

badapuja-celebration-in-maa-hingula-pitha-at-mayurbhanj
ବଡ଼ପୂଜା ପାଇଁ ମା’ ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ
author img

By

Published : Feb 11, 2020, 11:32 PM IST

ବାରିପଦା: ଅଗ୍ନିକାଣ୍ଡ ଏକ ଆକସ୍ମିକ ଦୁର୍ଘଟଣା । କେତେବେଳେ କେଉଁ କାରଣରୁ ଏହା ଘଟେ କେହି କହିପାରିବେ ନାହିଁ, ତେବେ ଦିନ ଥିଲା ମୟୂରଭଞ୍ଜ ବଡ଼ସାହି ବ୍ଳକ ଛେଳିଆ ଗ୍ରାମରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲା । ଆଉ କିମ୍ବଦନ୍ତୀ କହେ, ଗ୍ରାମବାସୀ ମା’ ହିଙ୍ଗୁଳାଙ୍କ ଶରଣାପନ୍ନ ହୋଇ ମା’ ଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କଲେ । ଆଉ ସେହିଦିନ ଠାରୁ ମା’ ଅଗ୍ନିକାଣ୍ଡ ରୁ ରକ୍ଷା କରନ୍ତି ବୋଲି ବିଶ୍ବାସ ରହିଛି । ତେବେ ମା’ଙ୍କ ଏହି ହିଙ୍ଗୁଳା ମେଳା ଅଗ୍ନିପୂର୍ଣ୍ଣମୀର ପରବର୍ତ୍ତୀ ମଙ୍ଗଳବାର କିମ୍ବା ଶନିବାରରେ ଅନୁଷ୍ଠିତ ହୋଇଥାଏ । ଏହି ପୂଜାକୁ ମା’ ଙ୍କର ବାର୍ଷିକ ପୂଜା ବୋଲି ମଧ୍ୟ କୁହାଯାଏ ।

ବଡ଼ପୂଜା ପାଇଁ ମା’ ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ମା’ଙ୍କ ମନ୍ଦିର ସମ୍ମୁଖରେ ନିର୍ମାଣ ହୋଇଛି ବିଶାଳକାୟ ଯଜ୍ଞକୁଣ୍ଡ । ଭକ୍ତମାନେ କଦଳୀ, ନଡିଆ, ଧୂପ, ଦୀପ, ଘିଅ ଏବଂ ନିଜ ଘର ଚାଳରୁ ନଡ଼ା ଓ ବାଉଁଶ ଆଦି ଆଣି ଏହି ଯଜ୍ଞ କୁଣ୍ଡରେ ସମର୍ପଣ କରିଥାନ୍ତି । ବିଶ୍ବାସ ରହିଛି ଏହି ଯଜ୍ଞକୁଣ୍ଡରେ ସମର୍ପଣ କଲେ ଅଗ୍ନିକାଣ୍ଡ ଘଟେ ନାହିଁ । ହଜାର ହଜାର କଦଳୀ କାନ୍ଧି ସହ ଲକ୍ଷ ଲକ୍ଷ ନଡ଼ିଆ ଆଉ ଧୂପଦୀପ ଯଜ୍ଞକୁଣ୍ଡରେ ସମର୍ପଣ କରନ୍ତି ଭକ୍ତ ।

ଅନେକ ଭକ୍ତ ଏଠାରେ ମାନସିକ ରଖି ଶାଳ ଗଛରେ ଡୋରି ବାନ୍ଧୁଥିବା ବେଳେ ଆଉ କିଛି ଭକ୍ତ ନିଜ ପିଲାମାନଙ୍କ ମୁଣ୍ଡନ କରାଇ ଥାନ୍ତି । ଭିଡକୁ ଆଖିଆଗରେ ରଖି ମା’ ହିଙ୍ଗୁଳା ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.