ETV Bharat / state

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲା, ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ବାଦାମପାହାଡ ଟ୍ରିପଲ ମର୍ଡ଼ର ମାମଲାରେ ଦୁଇ ଆସାମୀଙ୍କୁ ଆଜୀବନ କାରାଦଣ୍ଡ। ମାନ୍ୟବର ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସମସ୍ତ ତଥ୍ୟ ଓ ସମସ୍ତ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଦଣ୍ଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 15, 2020, 6:19 PM IST

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲା, ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲା, ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ବାଦାମପାହାଡ ଟ୍ରିପଲ ମର୍ଡ଼ର ମାମଲାରେ ଦୁଇ ଆସାମୀଙ୍କୁ ଆଜୀବନ କାରାଦଣ୍ଡ। ୨୦୧୭ ମସିହାରେ ଡାହାଣୀ ସନ୍ଦେହରେ ଜନୈକ ମହିଳା ରିଙ୍କୁ ସିଙ୍କୁ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ମାନ୍ୟବର ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୂପ ରଞ୍ଜନ ପଟ୍ଟନାୟକ ସମସ୍ତ ତଥ୍ୟ ଓ ସମସ୍ତ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଦଣ୍ଡ ଘୋଷଣା କରିଛନ୍ତି । ଆସାମୀ ଦ୍ବୟ ବାଦାମପାହାଡ ଥାନା ଝିପାବନ୍ଧ ଗାଁର ବିଜୟ ସିଂକୁ ଓ ଗୁରୁ ଚରଣ କାରୁଆ।

ସୂଚନାଯୋଗ୍ୟ ଯେ ୧୮/୦୭/୨୦୧୭ ତାରିଖରେ ଝିପାବନ୍ଧ ଗ୍ରାମର ମଧୁସୂଦନ ସିଙ୍କୁ ଙ୍କ ସ୍ତ୍ରୀ ରିଙ୍କୁ ସିଙ୍କୁ ଓ ତାଙ୍କ ଦୁଇ ନାବାଳକ ପୁଅ ଜଗନ୍ନାଥ(୧୦) ଓ ଯଶୋବନ୍ତ(୦୩) କୁ ନେଇ ଜଙ୍ଗଲ ରାସ୍ତାରେ ବାପଘର ରାଇପଡାକୁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ପୂର୍ବରୁ ପିଛା କରୁଥିବା ଝିପାବନ୍ଧ ଗ୍ରାମର ବିଜୟ ଓରଫ ଅର୍ଜୁନ ସିଂକୁ ଓ ଗୁରୁ ଚରଣ କାରୁଆ ଜଙ୍ଗଲ ଭିତରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତିନି ଜଣଙ୍କୁ ଅତି ଜଘନ୍ୟ ଭାବରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ୨୧/୦୭/୨୦୧୭ ତାରିଖରେ ତିନୋଟି ମୃତ ଦେହ ପଡିଥିବାର ଖବର ପାଇ ବାଦାମପାହାଡ ଥାନା ପୋଲିସ ଘଟଣାର ଛାନଭିନ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଭାବେ ଦୁଇ ଜଣଙ୍କୁ ଚିହ୍ନଟ କରି ଗିରଫ କରିଥିଲେ। ପରେ ଉଭୟ ଅଭିଯୁକ୍ତକୁ ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ବାଦାମପାହାଡ଼ ଥାନା ପୋଲିସ।

ଏହି ମାମଲାର ବିଚାର କରି ମାନ୍ୟବର କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ତିନି ଜଣଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟ ପ୍ରକାଶ ପାଇବା ପରେ ଉଭୟ ଆସାମୀଙ୍କୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଥିଲା। ତେବେ ସରକାରଙ୍କ ପକ୍ଷରୁ ଏହି ମକଦ୍ଦମାଟିକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.