ETV Bharat / state

ବିନା ଦୋଷରେ ନିର୍ଦ୍ଦୋଷଙ୍କୁ ଜେଲ ମାମଲା: ବଦଳିଲେ ବାଦାମପାହାଡ ଥାନାଧିକାରୀ - ବିନା ଦୋଷରେ ନିର୍ଦ୍ଦୋଷଙ୍କୁ ଜେଲ ମାମଲା

ବିନା ଦୋଷରେ ସ୍ବାମୀ ଓ ଶ୍ବଶୁରଙ୍କୁ ସପ୍ତାହେରୁ ଅଧିକ ସମୟ ଯାଏଁ ଜେଲରେ ନିର୍ଯାତନା ଦେଇଥିଲେ ବାଦାମପାହାଡ ଥାନା ଅଧିକାରୀ । ଏନେଇ ବଦଳିଲେ ବାଦାମପାହାଡ ଥାନାଧିକାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 29, 2019, 2:49 PM IST

ରାଇରଙ୍ଗପୁର: ବଧୂ ହତ୍ୟା ଅଭିଯୋଗରେ ପୋଲିସ ବାନ୍ଧି ନେଲା ନିର୍ଦ୍ଦୋଷ ସ୍ବାମୀ ଓ ଶ୍ବଶୁରଙ୍କୁ । ହେଲେ ତଦନ୍ତ ବେଳେ ଜୀବନ୍ତ ମିଳିଲା ବଧୂ । ଫଳରେ ବଦଳିଲେ ବାଦାମପାହାଡ ଥାନାଧିକାରୀ । ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ବିନା ଦୋଷରେ ସ୍ବାମୀ ଓ ଶ୍ବଶୁରଙ୍କୁ ସପ୍ତାହେରୁ ଅଧିକ ସମୟ ଯାଏଁ ଜେଲରେ ନିର୍ଯାତନା ଦେଇଥିଲେ ବାଦାମପାହାଡ ଥାନା ଅଧିକାରୀ । ଏନେଇ ଥାନା ଅଧିକାରୀଙ୍କୁ ବାରିପଦା ପୋଲିସ ହେଡ୍‌ କ୍ବାର୍ଟରକୁ ବଦଳି କରାଯିବା ସହ ଦିଆଯାଇଛି ଉଚିତ୍‌ ପୁରସ୍କାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଘଟଣାକ୍ରମେ ଗତ 17 ତାରିଖରେ ଜୀବିତ ଉଦ୍ଧାର ହୋଇଥିଲେ ବୋହୂ ରାଇମଣୀ । ଉଦ୍ଧାର ହେବା ପରେ ଗତ 27 ତାରିଖରେ ତାଙ୍କୁ କୋର୍ଟ ନିଆଯାଇ ବୟାନ ରେକର୍ଡ କରାଯାଇଥିଲା । ବୋହୂଙ୍କ ବୟାନ ଆଧାରରେ ଜେଲରୁ ମୁକୁଳିଥିଲେ ନିର୍ଦ୍ଦୋଶ ସଞ୍ଜୟ ନାଏକ ଓ ମଙ୍ଗଲ ନାଏକ ।

ତେବେ ବିନା ଦୋଷରେ ସେମାନେ 3 ମାସ ଜେଲରେ ସଜା କାଟିବା ପଛରେ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଉତ୍ତର ସ୍ବରୂପ ଘଟଣାରେ ମୁଖ୍ୟ ଦାୟୀ ଥାନା ଅଧିକାରୀଙ୍କୁ ବାରିପଦା ପୋଲିସ ହେଡ କ୍ବାର୍ଟରକୁ ବଦଳି କରାଯାଇଛି । ଏଥିସହ ଘଟଣାର ତଦନ୍ତ ପାଇଁ ରାଇରଙ୍ଗପୁର ଏସ୍‌ଡିପିଓ ଅମୂଲ୍ୟ କୁମାର ଧରଙ୍କୁ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ଏସ୍‌ଡିପିଓଙ୍କୁ ଅତିରିକ୍ତ ଏସ୍‌ପି ସୁପରଭିଜନ କରିବାକୁ ଦାୟିତ୍ବ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ରାଇମଣୀ ନାମ୍ନୀ ବଧୂ ଙ୍କ ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷ ସ୍ବାମୀ ଓ ଶ୍ବଶୁର ଙ୍କୁ ଗିରଫ କରି ବାଦାମପାହାଡ଼ ପୋଲିସ କୋର୍ଟ ଚାଲାଣ କରିଥିଲା ଓ କୋର୍ଟ ରୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଥିଲା। ତେବେ ଗତ ୧୭ ତାରିଖ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ ବାଦାମପାହାଡ଼ ପୋଲିସ ଓ ଗତ ୨୭ ତାରିଖ ଶନିବାର ରାତିରେ ରାଇମଣୀ କୁ ନେଇ କୋର୍ଟ ରେ ବୟାନ ରେକର୍ଡ କରାଇଥିଲେ ଫଳରେ ଜେଲ୍ ରୁ ରାଇମଣୀ ର ସ୍ବାମୀ ଶ୍ବଶୁର ଗତକାଲି ସକାଳ ୬.୩୦ ସମୟରେ ଜେଲ ରୁ ମୁକୁଳି ଥିଲେ। ଏ ନେଇ ନିର୍ଦୋଷରେ ବାପ ପୁଅ 3 ମାସ ଜେଲରେ ରହିବା ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଞ୍ଜୟ ନାଏକ ଓ ମଙ୍ଗଲ ନାଏକ ର ଦୋଷ ନ ଥାଇ ପ୍ରାୟ ଏକ ସପ୍ତାହ ଥାନାରେ ରଖି ନିର୍ଯ୍ୟାତନା ଦେଇ ସେମାନଙ୍କୁ ଦୋଷ ସ୍ବୀକାର
କରାଇ ଜେଲ୍ ପଠାଇବାର ପୁରସ୍କାର ମିଳିଛି ବାଦାମପାହାଡ଼ ଥାନା ଅଧିକାରୀ ଙ୍କୁ। ଏ ନେଇ ପୋଲିସ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବାଦାମ ପାହାଡ଼ ଥାନାଧିକାରୀ ଶଶଧର ସେଠୀ ଙ୍କୁ ବାରିପଦା ପୋଲିସ head Quarter ବଦଳି କରାଯାଇଛି। ଏବଂ ଘଟଣା ର ତଦନ୍ତ ପାଇଁ ରାଇରଙ୍ଗପୁର ଏସଡିପିଅ ଅମୂଲ୍ୟ କୁମାର ଧର ଙ୍କୁ ଦାୟିତ୍ଵ ଦିଆଯାଇଛି। ତା ସହିତ ଏସଡିପିଅ ଙ୍କୁ ଅତିରିକ୍ତ ଏସପି ସୁପରଭିଜନ କରିବାକୁ ଦାୟିତ୍ୱ ଦିଆଯାଇଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.