ETV Bharat / state

ପାଣି ଭର୍ତ୍ତି ଗାତରେ ପଡି ଶିଶୁକନ୍ୟା ମୃତ

author img

By

Published : Jul 20, 2020, 10:48 PM IST

ଦାଣ୍ଡବୋଷ ଗାଁର କୁନି ଝିଅଟେ ବୁଲିବା ପାଇଁ ଯାଇଥିଲା ମାମୁଁ ଘରକୁ। ସେଠାରେ ଖେଳୁଖେଳୁ ଗୋଡ଼ ଖସି ଯିବାରୁ ଶୌଚାଳୟ ପାଇଁ ତିଆରି ହୋଇଥିବା ଗାତରେ ପଡି ଯାଇଥିଲା। ବର୍ଷା ଯୋଗୁଁ ଗାତରେ ପାଣି ଭର୍ତ୍ତି ଥିବାରୁ ଝିଅଟି ବୁଡ଼ି ଯାଇ ପ୍ରାଣ ହରାଇଥିଲା ।

ପାଣି ଭର୍ତ୍ତି ଗାତରେ ପଡି ଶିଶୁକନ୍ୟା ମୃତ
ପାଣି ଭର୍ତ୍ତି ଗାତରେ ପଡି ଶିଶୁକନ୍ୟା ମୃତ

ରାଇରଙ୍ଗପୁର: ଦାୟିତ୍ୱହୀନତା ପାଇଁ ଚାଲିଗଲା ନିଷ୍ପାପ ଶିଶୁକନ୍ୟାର ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ରାଇରଙ୍ଗପୁର ଟାଉନ ଥାନା ଅଧୀନ ପୋଖରିଆ ଗ୍ରାମରେ। ଶୌଚାଳୟ ପାଇଁ ତିଆରି ଗାତରେ ପଡି ପ୍ରାଣ ହରାଇଛି ଶିଶୁକନ୍ୟା ।

ପାଣି ଭର୍ତ୍ତି ଗାତରେ ପଡି ଶିଶୁକନ୍ୟା ମୃତ

ସୂଚନା ଯେ, ଦାଣ୍ଡବୋଷ ଗାଁର କୁନି ଝିଅଟେ ବୁଲିବା ପାଇଁ ଯାଇଥିଲା ମାମୁଁ ଘରକୁ। ସେଠାରେ ଖେଳୁଖେଳୁ ଗୋଡ଼ ଖସି ଯିବାରୁ ଶୌଚାଳୟ ପାଇଁ ତିଆରି ହୋଇଥିବା ଗାତରେ ପଡି ଯାଇଥିଲା। ବର୍ଷା ଯୋଗୁଁ ଗାତରେ ପାଣି ଭର୍ତ୍ତି ଥିବାରୁ ଝିଅଟି ବୁଡ଼ି ଯାଇ ପ୍ରାଣ ହରାଇଛି । ସ୍ଥାନୀୟ ଲୋକେ ଗାତ ମଧ୍ୟରୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ଶିଶୁକନ୍ୟା ଟିକୁ ମୃତ ଘୋଷଣା କରିଥିଲେ।

ମୃତ ଶିଶୁକନ୍ୟା ଜଣକ ଦାଣ୍ଡବୋଷ ଗ୍ରାମ ର ଲିପ୍ସିତା ମୁର୍ମୁ। ଶୌଚାଳୟ ନିର୍ମାଣ କରୁଥିବା ଜନୈକ ବ୍ୟକ୍ତିଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଜଣେ ନିଷ୍ପାପ ଶିଶୁ କନ୍ୟାର ଜୀବନ ଚାଲି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.