ETV Bharat / state

କୁମାର ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା ଅଠର ଦେଉଳ ଶକ୍ତିପୀଠ - କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମାରେ ରକ୍ତ ରଞ୍ଜିତ ହେଲା ବିଶପୁରର ଅଠର ଦେଉଳ ଶକ୍ତିପୀଠ । ଅଧିକ ପଢନ୍ତୁ...

କୁମାର ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା  ଅଠର ଦେଉଳ ଶକ୍ତିପୀଠ

author img

By

Published : Nov 1, 2020, 7:13 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଥିବା ବିଶିପୁର ଠାରେ ଶନିବାର ଆରମ୍ଭ ହୋଇଛି କୁମାର ପୂର୍ଣ୍ଣିମା ପୂଜା । ଏଠାରେ ମା' ସାହାଡ଼ା ସୁନ୍ଦରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ହଜାର ହଜାର ଲୋକ । କିନ୍ତୁ କୁମାର ପୂର୍ଣ୍ଣିମାରେ ରକ୍ତ ରଞ୍ଜିତ ହେଲା ବିଶପୁରର ଅଠର ଦେଉଳ ଶକ୍ତିପୀଠ ।

କୁମାର ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା ଅଠର ଦେଉଳ ଶକ୍ତିପୀଠ

ପ୍ରତ୍ୟେକ ବର୍ଷ ପରି ଆଜି ମଧ୍ୟ ସକାଳୁ ସକାଳୁ ସ୍ଥାନୀୟ ଦେହୁରୀ ଦ୍ଵାରା ମା'ସାହାଡ଼ା ସୁନ୍ଦରୀଙ୍କ ପୂଜା କରାଯାଇଥିଲା। ପଞ୍ଚପିଢ ଉପଖଣ୍ଡର ତଥା ନିକଟସ୍ଥ କେନ୍ଦୁଝର ଜିଲ୍ଲା ଏବଂ ଝାରଖଣ୍ଡ ରାଜ୍ୟର ସାନ୍ତାଳୀ ଓ ବାଥୁଡୀ ସମ୍ପ୍ରଦାୟର ଲୋକମାନେ ଏହି ପୂଜା ନିଜର ମନସ୍କାମନା ପୂରଣ ପାଇଁ ଆସିଥାନ୍ତି। ଲୋକମାନେ ମାନସିକ ଭାବରେ ବୋଦା, କୁକୁଡ଼ା, ହଂସ ବଳି ପ୍ରଦାନ କରିଥାନ୍ତି ଏଇ ଶକ୍ତି ପୀଠରେ।

ସରକାରଙ୍କ କଡା ନିୟମ ସତ୍ତ୍ୱେ ରକ୍ତ ରଞ୍ଜିତ ହୋଇଥିଲା ସାହାଡ଼ା ସୁନ୍ଦରୀ ବିଶିପୁର ଶକ୍ତିପୀଠ । କୋରୋନା କଟକଣା ଥିଲେ ମଧ୍ୟ ଏଠି ସବୁ ଖୁଲମ ଖୁଲା ଉଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ଆଧୁନିକ ଯୁଗରେ ମଧ୍ୟ ଏଠାରେ ପଶୁବଳି ଦେଇ ଆସୁଛନ୍ତି ଲୋକେ । ଚଳିତ ବର୍ଷ ମଧ୍ୟ ବଳି ଦିଆଯାଇଛି । ଏଠାରେ ଦୁଇଟି ରାଜ୍ୟର ହଜାର ହଜାର ଲୋକେ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଏ ସଂପର୍କରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ପଚାରି ଥିଲୁ । କିନ୍ତୁ ଏ ସମ୍ପର୍କରେ ସେ କୌଣସି ସୂଚନା ପାଇ ନଥିବା କଥା କହିଛନ୍ତି । ହେଲେ ଏପରି ଏକ ଶକ୍ତିପିଠରେ ଶହ ଶହ ପଶୁ ବଳି ପଡୁଥିବା ବେଳେ କିପରି ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ ହୋଇ ଏପରି ଘଟଣା ଜାଣି ପାରିଲେ ନାହିଁ ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.