ETV Bharat / state

ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ - ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି

ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ଅଧିକ ପଢନ୍ତୁ

ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

author img

By

Published : Apr 21, 2022, 12:30 PM IST

ରାଇରଙ୍ଗପୁର: ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ASI ପବିତ୍ର ମୋହନ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟନଦେଓ ଖିଲାରୀ।

ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

ସୂଚନାଅନୁସାରେ, ଗତ ଶନିବାର ଦିନ ମହୁଲଡିହା ଗାଁର କିଛି ବ୍ୟକ୍ତିଙ୍କୁ ବିଶ୍ଵନାଥ ବେହେରା ନାମକ ଜନୈକ କ୍ବାକ୍ ପଶୁ ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ କ୍ବାକ ଜଣକୁ ମହୁଲଡିହା ଥାନାରେ ଜିମା ଦେଇଥିଲେ । ତେବେ ମହୁଲଡିହା ଥାନାରେ କାର୍ଯ୍ୟରତ ଏଏସଆଇ ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ବାକ୍କୁ ଛାଡି ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ: Quack Menace: କ୍ଵାକ୍ ଚିକିତ୍ସାର ଶିକାର ପୁଣି ଜଣେ ବୃଦ୍ଧ, ମେଡିକାଲରେ ଭର୍ତ୍ତି

ଉକ୍ତ ଘଟଣାରେ ମୟୂରଭଞ୍ଜ ଏସ୍‌ପି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ନକଲି ଡାକ୍ତର ଏବେ ବି ଫେରାର ରହିଥିବା ଜଣାପଡ଼ିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.