ETV Bharat / state

ମୟୂରଭଞ୍ଜରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ - ମୟୂରଭଞ୍ଜରେ ହାତୀ ଶିକାର

ସଙ୍କଟରେ ଗଜରାଜ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ପୁଣି ଦନ୍ତା ହାତୀ ମୃତ୍ୟୁ ।

ମୟୂରଭଞ୍ଜରେ ଦନ୍ତା ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Oct 11, 2022, 7:16 AM IST

ରାଇରଙ୍ଗପୁର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ବନ୍ୟପ୍ରାଣୀ ସପ୍ତାହ ନ ସରୁଣୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟଣା ପ୍ରକାଶ ପାଇଛି(Elephant Death In Mayurbhanj Forest) । ଠାକୁରମୁଣ୍ଡା ରେଞ୍ଜ ଡଙ୍ଗାଡିହା ମଙ୍ଗଲକୋଚା ଜଙ୍ଗଲ ନିକଟରେ ଏହି ଦନ୍ତା ହାତୀକୁ ଶିକାର ଉଦ୍ଦେଶ୍ୟରେ କିମ୍ବା ବାରମ୍ବାର ଫସଲ ନଷ୍ଟ କରୁଥିବାରୁ ଶିକାରୀ ବା ଚାଷୀ ମାରି ଦେଇଥିବା କୁହାଯାଉଛି । ମାତ୍ର ଏ ଯାଏଁ ହାତୀଟିର ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହୋଇନାହିଁ । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ବନ ବିଭାଗର ଖାମ ଖିଆଲ ନୀତି ପାଇଁ ଦନ୍ତାର ମୃତ୍ୟୁ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି ।

ମୟୂରଭଞ୍ଜରେ ଦନ୍ତା ହାତୀ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ୫ଟି ହାତୀଙ୍କ ଉପଦ୍ରବ ଜାରି ରହିଛି । ଏ ନେଇ ବନ ବିଭାଗ ପାଖରେ ଖବର ଥିଲେ ସୁଦ୍ଧା ଖାମଖିଆଲ ନୀତି ଯୋଗୁଁ ପୁଣି ଏକ ଦନ୍ତା ଆଖି ବୁଜିଛି । ହାତୀକୁ କେହି ଦୁର୍ବୃତ୍ତ ବିଷ ଦେଇ କିମ୍ବା ଗୁଳିକରି ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଘଟଣାସ୍ଥଳରେ RCCF ବାରିପଦା, ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡିଏନ ସାଇକିରନ୍, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ତଦନ୍ତ କରୁଥିଲେ ମଧ୍ୟ ମୃତ୍ୟୁର କାରଣ ଖୋଜି ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ରବିବାର ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ହୋଇଥିଲା । ହାତୀଟି ଜୋରରେ ଚିତ୍କାର କରିଥିଲା, ହେଲେ ସେଠାରେ ବନ ବିଭାଗର କୌଣସି କର୍ମଚାରୀ ନ ଥିବାରୁ ହାତୀ ମୃତ୍ୟୁ ନେଇ କୌଣସି ସୁରାକ ପାଇ ପାରିନଥିଲେ । ତେବେ ଏହି ଘଟଣାକୁ RCCF ବାରିପଦା ଗୁରୁତର ସହିତ ନେଇଥିବାବେଳେ ସେ ନିଜେ ଘଟଣାସ୍ଥଳକୁ ଯାଇ ସ୍ବତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ହାତୀର କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ । ବାରିପଦା ଏବଂ ଠାକୁରମୁଣ୍ଡାର ଦୁଇଟି ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ବନ ବିଭାଗ ଦ୍ବାରା ହାତୀ ମୃତ୍ୟୁ ଘଟଣାର ସଠିକ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.