ETV Bharat / state

ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ! - ଯୁବତୀଙ୍କ ମୃତଦେହ ଉଦ୍ଧାର ଖବର ରାଇରଙ୍ଗପୁର

ମୟୂରଭଞ୍ଜ ରାଇରଙ୍ଗପୁରରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ

ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

author img

By

Published : Jul 6, 2022, 4:52 PM IST

ରାଇରଙ୍ଗପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ କରିଛି । ଯୁବତୀ ଜଣକ ଭିଣୋଇଙ୍କ ଘରକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା ସୂଚନା ।

ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଓଗାମ ଗାଁର ଗଙ୍ଗାଧର ବାଇପାଇଙ୍କ ଶାଳୀ ତୁଳସୀ ସାମାଦ ଭିଣୋଇଙ୍କ ଗାଁରେ ପନିପରିବା ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିଲେ । ସବୁଦିନ ପରି ଗତକାଲି(ମଙ୍ଗଳବାର) ରାତିରେ ମଧ୍ୟ ତୁଳସୀ ଭିଣୋଇଙ୍କ ପରିବାର ବର୍ଗଙ୍କ ସହ ବ୍ୟବସାୟ ପାଇଁ ଯାଇଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ । ଆଜି(ବୁଧବାର) ସକାଳେ ଜିରାଇ ଗ୍ରାମ ନିକଟସ୍ଥ ବାରୁଡୁଙ୍ଗୁରି ପଡ଼ିଆରେ ତୁଳସୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ଏନେଇ ସ୍ଥାନୀୟ ଲୋକେ ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ତୁଳସୀ ସାମାଦ ବୋଲି ଚିହ୍ନଟ କରିଥିଲେ । ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରି ଥିବାବେଳେ ବାରିପଦାରୁ ସାଇଣ୍ଟଫିକ ଟିମ୍ ସହାୟତାରେ ଅଧିକ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.