ETV Bharat / state

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା ସହ ଭଙ୍ଗାରୁଜା - mayurbhanj news

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପୁଣି ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଉତ୍ତ୍ୟକ୍ତ ପରିବାର ଲୋକେ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

Allegations of patient death due to negligence of the doctor
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା ସହ ଭଙ୍ଗାରୁଜା
author img

By

Published : Mar 10, 2020, 4:52 PM IST

ବାରିପଦା: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ । ମୃତକ ଜଣଙ୍କ ହେଲେ ବାରିପଦା ପୁରୁଣା ହାଟସାହିର ମମତା ବିଶ୍ବାଳ । ତାଙ୍କ ମୃତ୍ୟୁକୁ ନେଇ ବାରିପଦା ପିଆରଏମ୍ ମେଡିକାଲରେ ଉତ୍ତେଜନା ଓ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଥିଲା ।

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା ସହ ଭଙ୍ଗାରୁଜା

ସୂଚନାନୁସାରେ ପିଆରଏମ୍ ମେଡିକାଲର ମହିଳା ମେଡିସିନ୍ ବିଭାଗରେ ଗତ 6 ଦିନ ହେବ ମମତାଙ୍କ ମ୍ୟାଲେରିଆ ଚିକିତ୍ସା ଚାଲିଥିଲା । ମଙ୍ଗଳବାର ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ । ତେବେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କହିବା ପରେ ତରବରିଆ ଭାବେ ରୋଗୀଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ । ମମତା ଇଞ୍ଜେକସନ ଖାଇବା ପରେ ଛାଟିପିଟି ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହାକୁ ନେଇ ପିଆରଏମ୍ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହା ସହ ମମତାଙ୍କ ପରିବାର ଲୋକେ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହିତ ଭଙ୍ଗାରୁଜା କରିଥିଲେ । ତେବେ ଡାକ୍ତରଙ୍କ ଭୂଲ ଚିକିତ୍ସା ଯୋଗୁଁ ମମତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ କାର୍ଯ୍ୟରତ ଥିବା ଦୋଷୀ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସେପଟେ ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ନେଇ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.