ETV Bharat / state

ଧାନ କିଣାରେ ଅନିୟମିତତା ଅଭିଯୋଗ, ଟୋକନ ନେଉନଥିବା ଅଭିଯୋଗ - rice procurement

ଶୁକୃଳି ବ୍ଲକ ଅନ୍ତର୍ଗତ ଶୁକୃଳି ଲ୍ୟାମ୍ପସରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ଶତାଧିକ ପୁରୁଷ ଓ ମହିଳା ଲ୍ୟାମ୍ପସ ଫାଟକରେ ତାଲା ପକାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଧାନ କିଣାରେ ଅନିୟମିତତା ଅଭିଯୋଗ, ଟୋକନ ନେଉନଥିବା ଅଭିଯୋଗ

author img

By

Published : Mar 8, 2021, 12:42 PM IST

ରାଇରଙ୍ଗପୁର: ଶୁକୃଳି ବ୍ଲକ ଅନ୍ତର୍ଗତ ଶୁକୃଳି ଲ୍ୟାମ୍ପସରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ଶତାଧିକ ପୁରୁଷ ଓ ମହିଳା ଲ୍ୟାମ୍ପସ ଫାଟକରେ ତାଲା ପକାଇ ଦେଇଛନ୍ତି । ଧାନ ପଡିବାର ତାରିଖ ପାଇଁ ଟୋକନ ମିଳୁଛି କିନ୍ତୁ ଧାନ ନେଉ ନଥିବା ଅଭିଯୋଗ ହୋଇଛି।

ଧାନ କିଣାରେ ଅନିୟମିତତା ଅଭିଯୋଗ, ଟୋକନ ନେଉନଥିବା ଅଭିଯୋଗ

ଟୋକନର ସମୟସୀମା ମାସେ ପାର ହେଲେ ଟୋକନ ହେଉଛି ନାକଚ୍ । ଧାନ ମଣ୍ଡିରେ ଧାନ ବିକ୍ରି ହେବ କି ନାହିଁ ସେ ଆଶା ଆଶଙ୍କାରେ ଚାଷୀ । ଉପରିସ୍ଥ ଅଧିକାରୀଙ୍କୁ ଅବଗତ କଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ । ଫଳରେ ଶତାଧିକ ପୁରୁଷ ଓ ମହିଳା ଚାଷୀ ଶୁକୃଳି ଲ୍ୟାମ୍ପସ ଫାଟକରେ ତାଲା ପକେଇବା ସହିତ ନାରାବାଜି କରିଥିବା ଦେଖିବାକୁ ମିଳିଛି । ସମସ୍ୟାର ସମାଧାନ ନହେଲେ ଏ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି କହିଛନ୍ତି ଚାଷୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.