ETV Bharat / state

Panchayat Poll: ଜେଜେବାପାଙ୍କ ଅଧୁରା ସ୍ବପ୍ନ କରିବେ ପୁରା, ଏୟାର ହଷ୍ଟେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ

ଏୟାର ହଷ୍ଟେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ । ନିଃସ୍ୱାର୍ଥପର ସେବା ମନୋଭାବ ତଥା ଗ୍ରାମାଞ୍ଚଳର ଉନ୍ନତି ପାଇଁ ସହର ଛାଡି ଗାଁକୁ ଫେରି ଆସିଛନ୍ତି । ସେ ହେଉଛନ୍ତି ବିଜୟା ଲକ୍ଷ୍ମୀ । ଅଧିକ ପଢନ୍ତୁ

Panchayat Poll : ଜେଜେବାପାଙ୍କ ଅଧୁରା ସ୍ବପ୍ନ କରିବେ ପୁରା,ଏୟାର ହଷ୍ଟେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ

author img

By

Published : Jan 22, 2022, 10:10 PM IST

ରାଇରଙ୍ଗପୁର : ଏୟାର ହଷ୍ଟେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ। ନିଃସ୍ୱାର୍ଥପର ସେବା ମନୋଭାବ ତଥା ଗ୍ରାମାଞ୍ଚଳର ଉନ୍ନତି ପାଇଁ ସହର ଛାଡି ଗାଁକୁ ଫେରି ଆସିଛନ୍ତି। ସେ ହେଉଛନ୍ତି ବିଜୟା ଲକ୍ଷ୍ମୀ ।

Panchayat Poll : ଜେଜେବାପାଙ୍କ ଅଧୁରା ସ୍ବପ୍ନ କରିବେ ପୁରା,ଏୟାର ହଷ୍ଟେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ

କୁସୁମୀ ବ୍ଲକର ବଡାମକୁରାଡି ଗାଁରେ ତାଙ୍କ ଘର। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୧ ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଜେପି ଦଳରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ବିଜୟା ଲକ୍ଷ୍ମୀ ମହାନ୍ତ ଓରଫ ସୋନାଲି। ୨୦୧୩ ମସିହାରେ ଫ୍ରାଙ୍କଫିନରେ ଯୋଗ ଦେଇ କଠିନ ପରିଶ୍ରମ କରି ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଇଣ୍ଡିଗୋରେ ଏୟାର ହୋଷ୍ଟେସ ଭାବେ କାର୍ଯ୍ୟରତ ଥିଲେ ।

ଏହାବି ପଢନ୍ତୁ :Panchayat Election: ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢୁଛନ୍ତି ବିଟେକ ଇଞ୍ଜିନିୟର

ତେବେ ଜେଜେବାପା ସ୍ବର୍ଗତ ରବିନ୍ଦ୍ରନାଥ ମହାନ୍ତଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସେ ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାପାଇଁ ରାଜନୀତି ହିଁ ଏକମାତ୍ର ବାଟ ବୋଲି ବାଛି ନେଇଥିଲେ। ତେଣୁ କିଛି ମାସ ପୂର୍ବରୁ ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ସାମିଲ ହୋଇଥିଲେ। ୩୧ ନମ୍ବର ଜିଲ୍ଲା ପରିଷଦ ଜୋନ ସାତୋଟି ପଞ୍ଚାୟତକୁ ନେଇ ଗଠିତ ।

ସେହି ପଞ୍ଚାୟତ ଅଧିନସ୍ତ କିଛି ଦୁର୍ଗମ ଅଞ୍ଚଳ ଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧା, ପାନୀୟ ଜଳ, ଭତ୍ତା , ବିଦ୍ୟୁତ, ନେଟୱାର୍କ ଇତ୍ୟାଦି କିଭଳି ଲୋକଙ୍କ ପାଖକୁ ପହଞ୍ଚି ପାରିବ । ଲୋକଙ୍କ ନିକଟରେ ମୌଳିକ ଅଧିକାର ପହଞ୍ଚାଇବା ପାଇଁ ରାଜନୀତିରେ ଯୋଗ ଦେଇଥିବା କହିଛନ୍ତି ବିଜୟା ଲକ୍ଷ୍ମୀ ମହାନ୍ତ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.