ବାରିପଦା: ଅଲ ଇଣ୍ଡିଆ ଜିଲ୍ଲା ଯୁବ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଵାଙ୍ଗିରିପୋଷି ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବ ସଙ୍ଗଠନର ବ୍ଲକ ସଭାପତି ସର୍ଦ୍ଦାର ସିଂଙ୍କ ନେତୃତ୍ବରେ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ଦାବିକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବାଙ୍ଗିରିପୋଷି ବ୍ଲକରେ ଖାଲି ପଡିଥିବା ଵିଡିଓ, ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଡିପିଓ, ସମସ୍ତ ଵିଭାଗର ଡାକ୍ତର ନିଯୁକ୍ତି, ବେକାରୀଙ୍କୁ ଚାକିରି, ମଦ ବନ୍ଦ ସହ ସୁପ୍ରିମକୋର୍ଟଙ୍କ ଜଙ୍ଗଲ ଅଧିବାସୀଙ୍କୁ ଉଚ୍ଛେଦ ଆଇନ ପ୍ରତ୍ୟାହାର କରାଯାଉ ବୋଲି ଦାବି ରହିଛି। ସେପଟେ ବୁଢାବଳଙ୍ଗ ନଦୀରେ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ମୋଟ ଆଠ ଦଫା ଦାବି ପତ୍ର ବାଙ୍ଗିରିପୋଷି ବ୍ଲକରେ ଦେଇଥିଲେ ।
ଅଲ ଇଣ୍ଡିଆ ଡ଼ିୱାଇଓ ସଙ୍ଗଠନର ଜିଲ୍ଲା ସଭାପତି ପିତାମ୍ବର ନାଏକ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ