ETV Bharat / state

OPSC EXAM: ୯୭ ରାଙ୍କରେ ଉତ୍ତୀର୍ଣ୍ଣ ହେଲେ ରାଇରଙ୍ଗପୁର ଝିଅ ଆଦିତି - ରାଇରଙ୍ଗପୁର ନ୍ୟୁଜ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଶୋଇ ଅଞ୍ଚଳର ଆଦିତି ଆଚାର୍ଯ୍ୟ OPSC ପରୀକ୍ଷାରେ ୯୭ ନଂ ରାଙ୍କ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

OPSC EXAM
OPSC EXAM
author img

By

Published : Aug 2, 2023, 9:16 AM IST

ରାଇରଙ୍ଗପୁର: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବିଶୋଇ ଅଞ୍ଚଳର ଆଦିତି ଆଚାର୍ଯ୍ୟ ୯୭ ନଂ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଗାଁରୁ ଆରମ୍ଭ କରି ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି । ଆଦିତି ଆଚାର୍ଯ୍ୟ ସମ୍ପ୍ରତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟରତ । ସଙ୍ଗୀତ ଓ ନୃତ୍ୟଶିଳ୍ପୀ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି ।

ତେବେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ ଓ ସାଇକୋଲୋଜି ବିଭାଗର ପ୍ରଧ୍ୟାପିକା ପ୍ରଶିଖା ଆଚାର୍ଯ୍ୟଙ୍କ ଏକମାତ୍ର ଝିଅ ଆଦିତି । ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଭଲ ରେଜଲ୍ଟ କରି ଆସୁଥିଲେ । ଆଦିତି କଟକ ସ୍ଥିତ ଡିଏଭି ପବ୍ଲିକ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିବା ବେଳେ କଟକ ସ୍ଥିତ ରେଭେନ୍ସା କଲେଜରେ ଯୁକ୍ତଦୁଇ ଓ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ସ୍ନାତକ ଶିକ୍ଷା ସମାପ୍ତ ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି କରିଥିଲେ । ଏହା ପରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟରତ । ଏଥି ସହିତ ସେ ଓଡ଼ିଶା ସିଭିଲ ସର୍ଭିସର ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରି ସଫଳ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- OPSC EXAM: ଓଏଏସ ପରୀକ୍ଷାରେ ନୂଆପଡା ଜିଲ୍ଲାରୁ ୪ ମେଧାବୀ ଯୁବଛାତ୍ରଙ୍କ ସଫଳତା

ଏହା ମଧ୍ୟ ପଢନ୍ତୁ- OAS ପରୀକ୍ଷାରେ 30 ରାଙ୍କ୍‌ରେ ଶ୍ୱେତଲିନା, ‘କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟ’

ତାଙ୍କ ସଫଳତାର ଶ୍ରେୟ ସେ ଭଗବାନ, ପରିବାର ସଦସ୍ୟ, ବନ୍ଧୁ ଓ ସମସ୍ତ ଶିକ୍ଷାଗୁରୁ ମାନଙ୍କୁ ଉତ୍ସର୍ଗ କରିଛନ୍ତି । ତେବେ ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଲୋକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବେ ବୋଲି ମତ ରଖିଥିବା ବେଳେ ଆଗକୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଆଇଏଏସ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେବାକୁ ଆଶା ରଖିଛନ୍ତି । ତେବେ ବିଶୋଇ ପରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ଆଦିତି ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଥିବା ବେଳେ ଗାଁ ଗହଳିର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.