ETV Bharat / state

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା, ପତ୍ନୀ ବିଦ୍ୟାଙ୍କ ଘରେ ପୋଲିସ - ପାରଳା ପୋଲିସ

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା । ଅଧିକ ତଥ୍ୟ ପାଇଁ ମୟୂରଭଞ୍ଜ ସ୍ଥିତ ବିଦ୍ୟାଙ୍କ ଘରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ । ଅଧିକ ପଢନ୍ତୁ...

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା, ବିଦ୍ୟାଙ୍କ ଘରେ ପାରଳା ପୋଲିସ

author img

By

Published : Aug 3, 2021, 3:01 PM IST

ବାରିପଦା: ACF ସୌମ୍ୟଙ୍କ ମୃତ୍ୟୁ ଘଟଣା ଏବେ ବି ରହିଛି ସନ୍ଦେହ ଘେରରେ । ଆଜି(ମଙ୍ଗଳବାର) ପୁଣି ଥରେ ପାରଳାଖେମୁଣ୍ଡି ପୋଲିସ ମୟୂରଭଞ୍ଜ କପ୍ତିପଦା ଗୌଡ଼ଗାଁରେ ଥିବା ବିଦ୍ୟାଙ୍କ ଘରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଛି ।

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା, ବିଦ୍ୟାଙ୍କ ଘରେ ପାରଳା ପୋଲିସ

ଅଧିକ ତଥ୍ୟ ପାଇଁ ଆଜି ମୟୂରଭଞ୍ଜରେ ବିଦ୍ୟାଭାରତୀଙ୍କ ଘରେ ପାରଳାଖେମୁଣ୍ଡି ପୋଲିସ ଟିମ୍‌ ପହଞ୍ଚିଛି । କପ୍ତିପଦା ଗୌଡ଼ଗାଁରେ ବିଦ୍ୟାଭାରତୀକୁ ଦ୍ଵିତୀୟ ଥର ଜେରା କରିବ ଟିମ୍‌ । ପୂର୍ବରୁ ୨ଟି ମୋବାଇଲ ATM କାର୍ଡ ଓ କାଗଜପତ୍ର ଜବତ କରାଯାଇଥିଲା । ଜବତ ଲାପଟପ ଏବଂ ମୋବାଇଲର ମଧ୍ୟ ଖୋଳତାଡ ଚାଲିଛି । ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରିନାହିଁ । ଘଟଣାକୁ ନେଇ ହାଇକୋର୍ଟରେ PIL ଫାଇଲ୍ ହୋଇସାରିଛି । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ ରହୁଛି ।

ଘଟଣାର ମୁଖ୍ୟ ୨ ସନ୍ଦେହକାରୀ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ଜେରା କରିଥିଲେ ମଧ୍ୟ ସେପରି କିଛି ତଥ୍ୟ ହାସଲ କରିପାରିନାହିଁ । ଘଟଣାକୁ ନେଇ ଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସୌମ୍ୟଙ୍କ ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ପୋଲିସ ଜେରା ବେଳେ ସମସ୍ତ ସନ୍ଦେହକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମୁଖ୍ୟ ସନ୍ଦେହକାରୀଙ୍କୁ କିନ୍ତୁ ସେହିଭଳି କିଛି ଖାସ୍ ପଚରା ଉଚରା କରାଯାଇନଥିବା ଅଭିଯୋଗ ହେଉଛି । ବ୍ୟାଚଲର ପାର୍ଟିଠାରୁ ଆରମ୍ଭ କରି ବିଦ୍ୟାଙ୍କ ଚିଠିକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.