ETV Bharat / state

ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ - ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ଜେଲ

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଏହାସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଧିକ ପଢ଼ନ୍ତୁ

ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ

author img

By

Published : May 8, 2023, 10:29 PM IST

ରାଇରଙ୍ଗପୁର: ଦୁଇ ଜଣ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଜଜ୍‌ ସୁମିତା ଜେନା ଆଜି (ସୋମବାର) ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହା ସହିତ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଏହା ବ୍ୟତୀତ ପୀଡ଼ିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ...ହୋଟେଲ ଉପରେ କମିଶନରେଟ ପୋଲିସର ନଜର, ନିୟମିତ ଗେଷ୍ଟ ଲିଷ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ

ଆସାମୀ ଦୁଇ ଜଣ ହେଲେ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅନ୍ତର୍ଗତ ତାକୁଡିପାଳ ଗ୍ରାମର କେଶବ ତିରିଆ (୪୫) ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ହରିଡାବୁଲର ଆଶିଷ ଦିଗି (୨୬) । ସୂଚନା ଅନୁଯାୟୀ, ୨୦୧୭ ମସିହା ଫେବୃଆରୀ ମାସ ୨ ତାରିଖ ଦିନ ଜନୈକା ନାବାଳିକାଙ୍କ ପରିବାର ଲୋକେ ଘରେ ନଥିଲେ । ସେ ଏକୁଟିଆ ଘରେ ଥିବାର ସୁଯୋଗ ନେଇ ଦୁଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକଙ୍କୁ ନଜଣାଇବାକୁ ମଧ୍ୟ ଧମକ ଦେଇଥିଲେ ଉଭୟ ଅଭିଯୁକ୍ତ । ପରେ ପରିବାର ଲୋକେ ଜାଣିବା ପରେ ପୀଡ଼ିତା ନାବାଳିକାଙ୍କ ମାଆ ସ୍ଥାନୀୟ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେଶ ନମ୍ବର ୨୨/୧୭ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । ମାମଲାର ବିଚାର ସମୟରେ ୨୦ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.