ETV Bharat / state

ପାଉଁରୁଟି ବିକାଳିକୁ ହତ୍ୟା ଘଟଣା: ବ୍ୟବସାୟୀକ ଶତ୍ରୁତା, ଅଭିଯୁକ୍ତ ଗିରଫ - mayurbhanj brad seller murder

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ରାସ୍ତାରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଅଧିକ ପଢନ୍ତୁ

ବ୍ୟବସାୟିକ ଶତ୍ରୁତାକୁ ନେଇ ପାଉଁରୁଟି ବିକାଳି ହତ୍ୟା କରିଥିଲା ସାଥି: ଅଭିଯୁକ୍ତ ଗିରଫ

author img

By

Published : Dec 18, 2021, 10:44 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ରାସ୍ତାରେ ଘଟିଥିଲା ଏକ ନୃଶଂସ ହତ୍ୟାକାଣ୍ଡ । ପଶ୍ଚିମବଙ୍ଗ ବାଙ୍କୁଡା ଥାନା ଅଞ୍ଚଳର ରାହୁଲ ବାଉରୀ ନାମକ ଜଣେ ଯୁବକ ଯଶୀପୁର ଧୋବାଡିହା ଠାରେ ରହୁଥିବାବେଳେ ଗାଁଗାଁ ବୁଲି ପାଉଁରୁଟି ବିକ୍ରି କରିଥାନ୍ତି । ତେବେ ଗତ ବୁଧବାର ଦିନ ଗୋବିନ୍ଦପୁର ଗ୍ରାମ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାହୁଲର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ପୋଲିସ ମୃତ ଯୁବକଙ୍କ ପରିଚୟ ପାଇଥିଲେ । ତେବେ ଏହା ବ୍ୟବସାୟୀକ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ହତ୍ୟାକାରୀ ମଧ୍ୟ ତାଙ୍କ ଅଞ୍ଚଳର ଜଣେ ବେପାରୀ ବନ୍ଧୁ ବୋଲି ସ୍ପଷ୍ଟ ହୋଇଥିଲା ।

ବ୍ୟବସାୟିକ ଶତ୍ରୁତାକୁ ନେଇ ପାଉଁରୁଟି ବିକାଳି ହତ୍ୟା କରିଥିଲା ସାଥି: ଅଭିଯୁକ୍ତ ଗିରଫ

ସାତପଉଟିଆ ଗ୍ରାମରେ ରହୁଥିବା ପଶ୍ଚିମବଙ୍ଗ ବାଙ୍କୁଡା ଥାନା ଅଞ୍ଚଳର ତୈମୁରୁଦ୍ଦିନ ଖାଁ ନାମକ ଜଣେ ଯୁବକ ମଧ୍ୟ ଗାଁ ଗାଁ ବୁଲି ବେପାର କରୁଥିବାବେଳେ ବ୍ୟବସାୟିକ ଶତ୍ରୁତା ଯୋଗୁଁ ସେ ହତ୍ୟାକାଣ୍ଡ ଭିଆଇଥିବା ଜାଣି ପୋଲିସ ତାଙ୍କୁ ଗିରଫ କରିଛି । ରାହୁଲ ବାଉରୀ ପାଉଁରୁଟି ବିକ୍ରି କରିବାରୁ ତୈମୁରୁଦ୍ଦିନ ଖାଁଙ୍କ ବେପାର ମାନ୍ଦା ହୋଇଥିଲା । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ତୈମୁରୁଦ୍ଦିନ ଖାଁ ରାହୁଲକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବା ନେଇ ଯୋଜନା କରିଥିଲା । ରାହୁଲ ଏକ ବାଇକ ଯୋଗେ ସକାଳୁ ପାଉଁରୁଟି ବିକ୍ରି କରି ଫେରୁଥିବାବେଳେ ଠେଙ୍ଗାରେ ପିଟି ଦେଇଥିଲା ଓ ପଡିଯିବା ପରେ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତ ତୈମୁରୁଦ୍ଦିନ ଖାଁକୁ ଗିରଫ କରିବା ସହ ନାଳରେ ଲୁଚାଇ ରଖିଥିବା ଧାରୁଆ ଅସ୍ତ୍ର ଓ ଠେଙ୍ଗାକୁ ଜବତ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.