ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଚଉଳଘେରି ଗାଁ ନିକଟ ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଜଣେ ଦିବ୍ୟାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଚଉଳ ଘେରୀ ଗ୍ରାମର ବାବୁଲୁ ମହାନ୍ତ । ସେ ଜଣେ ଦିବ୍ୟାଙ୍ଗ ହେଇଥିବାରୁ ତାଙ୍କ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଭଲ ଭାବେ କାମ କରୁ ନଥିଲା । ତେବେ ସେ କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ଜଳ ସ୍ରୋତରେ ଭାସିଯାଇଥିଲେ ।
କେନାଲରେ ଭାସୁଥିବା ଦେଖି ଗାଁ ଲୋକ କେନାଲ ପାଣିରୁ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ବାବୁଲୁର ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ମୃତ ଶରୀରଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ