ରାଇରଙ୍ଗପୁର: ପାରିବାରିକ କହଳକୁ ନେଇ ମହିଳାଙ୍କ ଆତ୍ମହତ୍ୟାଉଦ୍ୟମ । ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ବାମୀ ଓ ଦେଢଶୂର ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରେଇ ଗ୍ରାମରେ।
ସୂଚନା ମୁତାବକ, ସେହି ଗ୍ରାମର କ୍ଷୀରୋଦ ମହାନ୍ତ ଏବଂ ତାଙ୍କ ପତ୍ନୀ ଅହଲ୍ୟା ମହାନ୍ତଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅହଲ୍ୟା ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ତାଙ୍କୁ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ କ୍ଷୀରୋଦ ମଧ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ।
ପାଖରେ ଥିବା ଅହଲ୍ୟାଙ୍କ ଦେଢଶୂର ଶୀତଲ ମହାନ୍ତ ମଧ୍ୟ ଦୁହିଁଙ୍କୁ ଦେହରୁ ନିଆଁ ଲିଭାଇବାକୁ ଯାଇ ନିଆଁର ସଂସ୍ପର୍ଶରେ ଆସିଯାଇଥିଲେ । ତେବେ କୌଣସି ମତେ ନିଆଁକୁ କାବୁ କରାଯାଇଥିଲା।ଶୀତଲଙ୍କୁଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଅହଲ୍ୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପି ଆର୍ ଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ