ETV Bharat / state

ସ୍କୁଟିକୁ ପଛରୁ ପିଟିଲା ବସ: ଜଣେ ମୃତ, ଜଣେ ଗୁରୁତର

author img

By

Published : Apr 3, 2023, 7:08 PM IST

ବାରିପଦା ବଜାର ଇଣ୍ଡିଆ ସମ୍ମୁଖରେ ସ୍କୁଟିକୁ ପଛରୁ ପିଟିଲା ବସ । ବେପରୁଆ ଭାବରେ ବସ ଚଲାଇବା ଯୋଗୁଁ ଚାଲିଗଲା ନିରୀହ ଜୀବନ । ମୃତ ଯୁବତୀ ଜଣକ ହେଉଛନ୍ତି ରଶ୍ମିତା ବେହେରା । ଅଧିକ ପଢ଼ନ୍ତୁ

ସ୍କୁଟିକୁ ପଛରୁ ପିଟିଲା ବସ
ସ୍କୁଟିକୁ ପଛରୁ ପିଟିଲା ବସ
ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର

ବାରିପଦା: ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛରୁ ପିଟିଲା ବସ । ଜଣେ ଯୁବତୀଙ୍କ ମୃତ୍ୟ ଅନ୍ୟ ଜଣେ ଗୁରୁତର । ବେପରୁଆ ଭାବରେ ବସ ଚଲାଇବା ଯୋଗୁଁ ଚାଲିଗଲା ଗୋଟିଏ ନିରୀହ ଯୁବତିଙ୍କ ଜୀବନ । ମୃତ ଯୁବତୀ ଜଣକ ହେଉଛନ୍ତି ରଶ୍ମିତା ବେହେରା ଓ ସେ ବାରିପଦା ମୁଖ୍ୟ ଡାକଘରେ କାର୍ଯ୍ୟରତ ଥିବା ଜଣାପଡିଛି । ତେବେ ଏପରି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ।

ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ବଜାର ଇଣ୍ଡିଆ ସମ୍ମୁଖରେ ଆଜି ଏକ ସ୍କୁଟି ଯୋଗେ ଯାଉଥିବା ଦୁଇଜଣ ଯୁବତୀଙ୍କୁ ପଛ ପଟରୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ଜଣ ଯୁବତୀ ରାସ୍ତା ଉପରକୁ ଛିଟିକି ପଡିଥିଲେ । ତେବେ ରଶ୍ମିତା ବେହେରାଙ୍କ ଉପରେ ବସର ପଛ ଚକ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାରିପଦା ବଡ଼ ମେଡ଼ିକାଲକୁ ପଠାଇଥିଲେ । ଗୁରୁତର ଭାବେ ଆହତ ହୋଇଥିବା ଯୁବତୀଙ୍କ ନାଁ କ୍ରାନ୍ତିପ୍ରଭା ମହାପାତ୍ର ବୋଲି ସୂଚନା ମିଳିଛି ।

କ୍ରାନ୍ତିପ୍ରଭାଙ୍କ ମେଡିକାଲ ରେ ଚିକିତ୍ସା ଜାରି ରହିଛି । ତେବେ ଉଭୟ ଯୁବତୀ ବାରିପଦା ମୁଖ୍ୟ ଡାକଘରରେ କାର୍ଯ୍ୟ କରୁଥିଲେ । ସେମାନେ ଏକ ସ୍କୁଟି ଯୋଗେ ବାମ ପଟେ ଆସୁଥିବା ବେଳେ ସେହି ସମୟରେ ଉଦଳାରୁ ଆସୁଥିବା ଦୁଲାରୀ ନାମକ ଯାତ୍ରୀବାହୀ ବସ୍‌ ଦୃତ ଗତିରେ ଆସି ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ବସ୍‌ର ଚାଳକ ଫେରାର ହୋଇ ଯାଇଥିବା ବେଳେ ବସ୍ ଓ ସ୍କୁଟିକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ପୋଲିସ ଯୁବତୀଙ୍କ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ପଠେଇ ଦେଇଥିବା ସୂଚନା ଦେଇଛନ୍ତି ପୋଲିସ । ଅନ୍ୟପଟେ ଏପରି ବେପରୁଆ ବସ୍‌ କିମ୍ବା ଟ୍ରକ ଚଳାଉଥିବା ଚାଳକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.