ETV Bharat / state

ଚୋରା ଗୋଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ, ତିନି ଗୁରୁତର - ଚୋରା ଗୋଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ

ବେଆଇନ ଗୋ ଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ । ଡ୍ରାଇଭର ସମେତ 3 ଗୁରୁତର । ଅଧିକ ପଢନ୍ତୁ...

A pickup van overturned during cow smuggling
ଚୋରା ଗୋଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ, ତିନି ଗୁରୁତର
author img

By

Published : Nov 25, 2020, 4:51 PM IST

ରାଇରଙ୍ଗପୁର: ଚୋରାରେ ଗୋ ଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ । ରାଇରଙ୍ଗପୁର କରଞ୍ଜିଆ ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥ ନିକଟ ଦରୀ ଗ୍ରାମ ନିକଟରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ସମେତ 3 ଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଏକ ବଳଦର ମୃତ୍ୟୁ ଘଟିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ କରଞ୍ଜିଆ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣାପରେ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ମାତ୍ର ଏ ଯାଏଁ ବି ସେଠାରେ ପୋଲିସ ପହଞ୍ଚି ନଥିବା ଦେଖିବାକୁ ମିଳିଛି ।

ଚୋରା ଗୋଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ, ତିନି ଗୁରୁତର

ସୂଚନାଯୋଗ୍ୟ, ପିକଅପ ଭ୍ୟାନଟି ଚୋରା ବଳଦ ବୋଝେଇ କରି ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ ଦରୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଯାହାଫଳରେ ଗାଡିର ଡ୍ରାଇଭର ସମେତ ତିନିଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏକ ବଳଦ ପ୍ରାଣ ହରାଇଥିବା ବେଳେ 6 ରୁ ଅଧିକ ବଳଦ ଆହତ ହୋଇଥିବା ଜଣାପଡିଛି । ରାସ୍ତା ଉପରେ ମଲା ବଳଦ ପଡି ରହିଥିବାରୁ ରାସ୍ତା ଅବରୋଧ ହୋଇ ରହିଛି । ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଡକାଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.