ETV Bharat / state

ନିର୍ମାଣଧୀନ ପୋଲ କଲଭର୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର - missing youth dead body was found from a under construction pole culvert

ନିର୍ମାଣଧିନ ପୋଲ କଲଭର୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ବିଶୋଇ ଥାନା ଅନ୍ତର୍ଗତ ଖିଜିରିକଟାସ ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଅଧିକ ପଢନ୍ତୁ...

ନିର୍ମାଣଧୀନ ପୋଲ କଲଭର୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Aug 25, 2021, 2:23 PM IST

ରାଇରଙ୍ଗପୁର: ନିର୍ମାଣଧିନ ପୋଲ କଲଭର୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖିଜିରିକଟାସ ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।

ନିର୍ମାଣଧୀନ ପୋଲ କଲଭର୍ଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଖିଜିରିକଟାସ ଗ୍ରାମର ହିତେଇ ନାଏକ(୨୬) ଗତକାଲି ସକାଳୁ ନିଖୋଜ ଥିବା ବେଳେ ଆଜି(ବୁଧବାର) ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ତେବେ ୪୯ ନଂ ଜାତୀୟ ରାଜପଥରେ ପୋଲ ନିର୍ମାଣ ହେଉଥିବା ଗାତରେ ପାଣି ଭର୍ତ୍ତି ଥିବାବେଳେ ମୃତ ହିତେଇ ବୁଡିଯାଇଥିବା ଅବସ୍ଥାରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଥିଲା।

ସେପଟେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.