ETV Bharat / state

ବିଦ୍ୟୁତ ଆଘାତରେ ନାବାଳକ ମୃତ ଘଟଣା; ଯନ୍ତ୍ରୀ ଓ ଲାଇନମ୍ୟାନଙ୍କ ନାଁରେ ମାମଲା - ରାଇରଙ୍ଗପୁର

ଗତ ଶନିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଇ ଚରାଉଥିବା ନାବାଳକର ମୃତ୍ୟୁ ହୋଇଥିଲା । ତେବେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗରେ ସୋମବାର ଏନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଲାଇନ ମ୍ୟାନଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Aug 19, 2019, 7:48 PM IST

ରାଇରଙ୍ଗପୁର: ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଳୀ ନାବାଳକର ମୃତ୍ୟୁ ହୋଇଛି । ଏନେଇ ବିଦ୍ୟୁତ ବିଭାଗର ଜେଇ ଓ ଲାଇନ ମ୍ୟାନଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗତ ଶନିବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପାଖ ଖୁଣ୍ଟାପୋଷି ଗ୍ରାମରେ ଥିବା ଏକ ପୋଖରୀ ଆଡି ଉପରେ ୧୧କେଭି ବିଦ୍ୟୁତ୍ ତାର ଖୁଣ୍ଟରୁ ତଳକୁ ଝୁଲି ରହିଥିଲା । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଉଥିବା ନାବାଳକର ମୃତ୍ୟୁ ଘଟିଥିଲା। ଏ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ମିଳିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ।

ଏହି ଘଟଣାରେ ବାଘମୁଣ୍ଡା ଗ୍ରାମର ମୃତ ନାବାଳକ ସଦା ହୋର ବାପା ଘନଶ୍ୟାମ ହୋ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ନେଇ କହିଛନ୍ତି । ତେଣୁ ବିଦ୍ୟୁତ ବିଭାଗକୁ ଦାୟୀ କରି ଠାକୁରମୁଣ୍ଡା ଥାନାରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଲାଇନ ମ୍ୟାନଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ମାମଲା ରୁଜୁ କରିବା ପରେ ଠାକୁରମୁଣ୍ଡା ପୋଲିସ କେସ ନଂ 32/19 ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର (ମୟୁରଭଞ୍ଜ) : ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଉଥିବା ନାବାଳକ ର ଶୋଚନୀୟ ମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗର ଜେଇ ଓ ଲାଇନ ମ୍ୟାନ ନାମରେ ଥାନାରେ ମାମଲା। ଗତ ଶନିବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପାଖ ଖୁଣ୍ଟାପୋଷି ଗ୍ରାମରେ ଥିବା ଏକ ପୋଖରୀ ଆଡି ଉପରେ ୧୧କେଭି ବିଦ୍ୟୁତ୍ ତାର ଖୁଣ୍ଟ ରୁ ତଳକୁ ଝୁଲି ରହିଥିବା ବେଳେ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଉଥିବା ନାବାଳକ ର ମୃତ୍ୟୁ ଘଟିଥିଲା। ଏ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ରାଶି ମିଳିବା ପରେ ରାସ୍ତା ଅବରୋଧ ରୁ ହଟିଥିଲେ ସ୍ଥାନୀୟ ଲୋକେ। ଏହି ଘଟଣାରେ ବାଘମୁଣ୍ଡା ଗ୍ରାମର ମୃତ ନାବାଳକ ସଦା ହୋ ର ବାପା ଘନଶ୍ୟାମ ହୋ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ନେଇ ବିଦ୍ୟୁତ୍ ବିଭାଗ କୁ ଦାୟୀ କରି ଠାକୁରମୁଣ୍ଡା ଥାନା ରେ ବିଦ୍ୟୁତ୍ ବିଭାଗର ଜେଇ ଓ ଲାଇନ ମ୍ୟାନ ଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି। ମାମଲା ରୁଜୁ କରିବା ପରେ ଠାକୁରମୁଣ୍ଡା ପୋଲିସ କେସ ନଂ ୩୨/୧୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.