ETV Bharat / state

ନଦୀରୁ ଜୋତା ଆଣିବା ହେଲା କାଳ, ବୁଡିଯାଇ ଯୁବକ ମୃତ - a-man-dead-as-drowning-in-river

ନଦୀରୁ ଜୋତା ଆଣିବା ହେଲା କାଳ । ଭାସି ଯାଉଥିବା ଜୋତାକୁ ନଦୀରୁ ଆଣିବାବେଳେ ବୁଡିଯାଇ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ । ଏପରି ଏକ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ହଳଦା ଗ୍ରାମ ନିକଟସ୍ଥ ଖଡଖାଇ ନଦୀରେ । ଅଧିକ ପଢନ୍ତୁ...

a-man-dead-as-drowning-in-river
ନଦୀରୁ ଜୋତା ଆଣିବା ହେଲା କାଳ, ବୁଡିଯାଇ ଯୁବକ ମୃତ
author img

By

Published : Nov 15, 2020, 9:05 PM IST

ରାଇରଙ୍ଗପୁର: ନଦୀରୁ ଜୋତା ଆଣିବା ହେଲା କାଳ । ଭାସି ଯାଉଥିବା ଜୋତାକୁ ନଦୀରୁ ଆଣିବା ବେଳେ ବୁଡିଯାଇ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ । ଏପରି ଏକ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ହଳଦା ଗ୍ରାମ ନିକଟସ୍ଥ ଖଡଖାଇ ନଦୀରେ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର କୁଚେଇବୁଢୀର ସ୍ବର୍ଗତ କୁଲଦୀପ ରାମଙ୍କ ଏକମାତ୍ର ପୁଅ ଆୟୁଷ ରାମ ଦୁଇ ସାଙ୍ଗଙ୍କ ସହ ଦିନ ଦ୍ବିପହରରେ ହଳଦା ଗ୍ରାମ ନିକଟସ୍ଥ ଖଡଖାଇ ନଦୀ କୂଳକୁ ବୁଲିବା ପାଇଁ ଯାଇଥିଲେ । ନଦୀ କୂଳରେ ତିନି ସାଙ୍ଗ ଛିଡ଼ା ହୋଇଥିବା ସମୟରେ ଜଣେ ସାଙ୍ଗର ଜୋତାଟି ନଦୀ ପାଣିରେ ପଡି ଯାଇଥିଲା ।

ନଦୀରୁ ଜୋତା ଆଣିବା ହେଲା କାଳ, ବୁଡିଯାଇ ଯୁବକ ମୃତ

ତିନି ଜଣ ସାଙ୍ଗ ହାତକୁ ହାତ ଧରି ଜୋତାଟିକୁ ଆଣୁଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀ ପାଣିରେ ବୁଡି ଯାଇଥିଲେ ଆୟୁଷ । ଦୁଇ ଜଣ ସାଙ୍ଗ ଆୟୁଷକୁ ଉଦ୍ଧାର କରି ନପାରି ପାଖରେ ଥିବା ଜଣେ ଯୁବକଙ୍କୁ ଉଦ୍ଧାର ପାଇଁ ଡାକିଥିଲେ । ତୁରନ୍ତ ଯୁବକ ଜଣକ ନଦୀ ପାଣିରେ ଡେଇଁ ଆୟୁଷକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଆମ୍ବୁଲାନ୍ସ ଯୋଗେ ଆୟୁଷକୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସେପଟେ ଏକମାତ୍ର ପୁଅକୁ ହରାଇ ମା' ଦୁଃଖରେ ମ୍ରିୟମାଣ ହୋଇପଡିଥିବା ବେଳେ ପରିବାର ଲୋକ ଓ ଆତ୍ମୀୟ ସ୍ବଜନଙ୍କ କାନ୍ଦବୋବାଳିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.