ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ମୃତଦେହ ଉଦ୍ଧାର - ଶିମିଳିପାଳ ଅଭୟାରଣ୍ୟରୁ ମୃତଦେହ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କରିଛି ଖୁଣ୍ଟା ପୋଲିସ । ତେବେ ମୃତକ ଜଣଙ୍କର ପରିଚୟ ମିଳିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ ।

a deadbody found in similipal jungle
ଶିମିଳିପାଳ ଅଭୟାରଣ୍ୟରୁ ଗଳିତ ମୃତଦେହ ଉଦ୍ଧାର
author img

By

Published : Feb 7, 2020, 7:52 PM IST

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ଏକ ଗଳିତ ମୃତଦେହ । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଘଟଣାର ଖୋଳତାଡ କରୁଛି ପୋଲିସ ।

ଶିମିଳିପାଳ ଅଭୟାରଣ୍ୟରୁ ଗଳିତ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ, ଜଙ୍ଗଲକୁ ଲୋକେ କାଠ ଆଣିବାକୁ ଯାଇଥିବା ବେଳେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଖୁଣ୍ଟା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ଗଳିତ ମତଦେହଟି କାହାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କରିଛି ଖୁଣ୍ଟା ପୋଲିସ୍ । ତେବେ ମୃତକ ଜଣଙ୍କର ପରିଚୟ ମିଳିନାହିଁ।

Body:ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୁନ ଶିମିଳିପାଳ ଜଙ୍ଗଲ ବୁଢାକଇମ ଅଂଚଳରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଶିମିଳିପାଳ ଅଭୟାରଣ୍ୟ ର ପାହାଡ଼ ଉପରେ ଥିବା ଜଙ୍ଗଲ ଭିତରେ ଏହି ମୃତଦେହ ପଡିଥିବା କିଛି ଲୋକେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଦେଖୁବାକୁ ପାଇଥିଲେ ପରେ ଏ ନେଇ ପୋଲିସ୍‌କୁ ଖବର ଦେଇଥିଲେ । ଖୁଣ୍ଟା ପୋଲିସ୍ ସାଇଂଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦେହ ଟି ପଚି ଯାଇଥିବାରୁ ମୃତକ ଜଣକ କିଏ ସେ ମହିଳା କିମ୍ବା ପୁରୁଷ ତାହା ମଧ୍ୟ ଜଣାପଡିନାହିଁ । ମୃତଦେହଟି ସମ୍ପୂର୍ଣ୍ଣ ପଚିସଢି ଯାଇଛି । ତେବେ ତଦନ୍ତ ଚାଲିଥିବା ବେଳେ ବ୍ୟବଚ୍ଛେଦ ପରେ ସବୁ ଘଟଣା ଜଣାପଡିବ ବୋଲି ପୋଲିସ୍‌ କହିଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏତେ ଜଙ୍ଗଲ ମଧ୍ୟରେ ମୃତଦେହ ପଡିରହିଥିବାରୁ ଏହା ହତ୍ଯା ନା ଆତ୍ମହତ୍ୟା ନା ଅସ୍ବାଭାବିକ ମୃତ୍ୟୁ ତାହା ଏବେ ପୋଲିସ୍ ତଦନ୍ତ ପରେ ଜଣାପଡିବ ।

ବାଇଟ୍ ୧ –ସ୍ୱର୍ଣ୍ଣଲତା ମିଞ୍ଜ -ଥାନା ଅଧିକାରିଣୀ-ଖୁଣ୍ଟା ଥାନାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.