ETV Bharat / state

ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରର ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି - ସ୍କୁଲରେ ଛାତ୍ରଙ୍କୁ ଛୁରାମାଡ

ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ରର ଛୁରମାଡ । ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ
ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ
author img

By ETV Bharat Odisha Team

Published : Oct 8, 2023, 9:21 AM IST

ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରର ଛୁରାମାଡ

ରାଇରଙ୍ଗପୁର: ସ୍କୁଲ ହଷ୍ଟେଲ ପରିସରରେ ଛୁରାମାଡ । ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ କଲା ଦଶମ ଶ୍ରେଣୀ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୦୩ ଓ୍ବାଲିଗଞ୍ଜରେ ଥିବା ବି.ସି.ସି. (ବିକର୍ତ୍ତନ କୋଚିଂ ସେଣ୍ଟର) ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ । ଏହି ମରଣାନ୍ତକ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୭.୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଛି । ସ୍କୁଲ ପଛପଟେ ଥିବା କ୍ୟାଣ୍ଟିନରୁ ଜଳଖିଆ ଖାଇ ସରିବା ପରେ କୌଣସି କାରଣକୁ ନେଇ ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଏହି ସମୟରେ ଦଶମ ଶ୍ରେଣୀର ଛାତ୍ର ଜଣକ ହଠାତ୍ ଏକ ଧାରୁଆ ଛୁରୀ ସାହାଯ୍ୟରେ ନବମ ଶ୍ରେଣୀ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସିନିୟର ଛାତ୍ର ଜଣକ ଫେରାର ହୋଇଯାଇଥିଲେ । ଏହି ଛୁରାମାଡ଼ରେ ନବମ ଶ୍ରେଣୀର ଛାତ୍ରଙ୍କ କାନମୂଳ, ହାତ ଓ ପେଟରେ ଗଭୀର କ୍ଷତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !

ସେଠାରେ ବର୍ତ୍ତମାନ ପୀଡିତ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ମୁଣ୍ଡ, ଗାଲ, ହାତ ଓ ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ଏହି ଆକ୍ରମଣକୁ ନେଇ ସେ ଭୟଭୀତ ଅବସ୍ଥାରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁତର ଆହତ ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲାରେ । ଏହି ଘଟଣା ସମ୍ପର୍କରେ ଛାତ୍ରଙ୍କ ପରିବାର ଲୋକଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଖବର ଦେଇଥିଲେ । ଖବର ପାଇ ପୀଡିତଙ୍କ ପରିବାର ଲୋକେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିଛନ୍ତି ।

ସେହିପରି ଘଟଣା ସମ୍ପର୍କରେ ସ୍ଥାନୀୟ ଭଞ୍ଜପୁର ଥାନାକୁ ମଧ୍ୟ ସୂଚୀତ କରାଯାଇଛି । ଖବର ପାଇ ଭଞ୍ଜପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ନେଇ ଦଶମ ଶ୍ରେଣୀର ଛାତ୍ର ଜଣକ ଏତେ ବଡ଼ ଜଘନ୍ୟ କାଣ୍ଡ ଘଟାଇଲେ ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.