ରାଇରଙ୍ଗପୁର: ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ 5 ଜଣ ଯାତ୍ରୀଙ୍କ ସମେତ ବସ ଚାଳକ ଆହତ ହୋଇଥିବା ସୂଚନା । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ରାଜାବସା ନିକଟ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ତେବେ ଦୁଲହନ ନାମକ ଯାତ୍ରୀବାହୀ ବସ ବାରିପଦାରୁ ସୁଲେଇପାଟ ଅଭିମୁଖେ ଯାଉଥିଲା । ଏହି ସମୟରେ ରାଜାବସା ଗ୍ରାମ ନିକଟ ୪୯ ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସର 5 ଜଣ ଯାତ୍ରୀ ଆହତ ହୋଇଥିବାବେଳେ ବସ୍ ଡ୍ରାଇଭର ଦୀର୍ଘ ସମୟ ଧରି ଚାପି ହୋଇ ବସ ଭିତରେ ରହି ଯାଇଥିଲେ । ସ୍ଥାନୀୟ ଲୋକେ, ଆମ୍ବୁଲାନ୍ସ କର୍ମଚାରୀ ଏବଂ ପୋଲିସ ପହଞ୍ଚି ଡ୍ରାଇଭର ସମେତ ଅନ୍ୟ ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ