ETV Bharat / state

ଏନଏଚ ୪୯ ଟ୍ରକ ଡ୍ରାଇଭର ହତ୍ୟା ଘଟଣା; 4 ରାଜପଥ ଲୁଟେରା ଗିରଫ

୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାଳକଙ୍କ ନିକଟରୁ ଲୁଟ ଓ ପରେ ଟ୍ରକ ଚାଳକକୁ ହତ୍ୟା ଘଟଣାରେ ପାଞ୍ଚ ଜଣ ହାଇୱେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ବିଶୋଇ ଥାନା ପୋଲିସ। ଅଧିକ ପଢନ୍ତୁ...

୪୯ ନମ୍ବର ଜାତୀୟ ରାଜପଥ ଲୁଟ ଓ ଟ୍ରକ ଚାଳକ ହତ୍ୟା ଘଟଣା; ପାଞ୍ଚ ଜଣ ଗିରଫ

author img

By

Published : Sep 10, 2021, 9:29 AM IST

Updated : Sep 10, 2021, 11:16 AM IST

ରାଇରଙ୍ଗପୁର: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାଳକଙ୍କ ନିକଟରୁ ଲୁଟ ଓ ପରେ ଟ୍ରକ ଚାଳକକୁ ହତ୍ୟା ଘଟଣାରେ ପାଞ୍ଚ ଜଣ ହାଇୱେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ବିଶୋଇ ଥାନା ପୋଲିସ।

୪୯ ନମ୍ବର ଜାତୀୟ ରାଜପଥ ଲୁଟ ଓ ଟ୍ରକ ଚାଳକ ହତ୍ୟା ଘଟଣା; ପାଞ୍ଚ ଜଣ ଗିରଫ

ସୂଚନାଯୋଗ୍ୟ ଯେ, ଗତ ୧୬/୦୮/୨୦୨୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଧାଙ୍ଗୁଡିମୁସା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏକ ଲୁଟ ଓ ହତ୍ୟା ଘଟଣା। ନାଗପୁରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ଚାଳକ ଓ ହେଲପର ଏହି ଲୁଟର ଶିକାର ହୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଟ୍ରକ ଡ୍ରାଇଭର ଯିଏକି ମ‌ହାରାଷ୍ଟ୍ରର ମଣ୍ଟୁ ରାଜପୁତ, ତାଙ୍କ ପାଖରୁ ଟଙ୍କା ପଇସା ଲୁଟ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ହେଲପର ଜଣକ।

ତେବେ ଉକ୍ତ ଲୁଟ ଓ ହତ୍ୟା ଘଟଣା ଉପରେ ବିଶୋଇ ଥାନା ପୋଲିସ ଖୋଳତାଡ଼ ଆରମ୍ଭ କରିବା ସହିତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ, ଲୁଟ କରିଥିବା ଦୁଇଟି ଟେପ୍ ରେକର୍ଡର, ଗୋଟିଏ ଏଲସିଡି ଟିଭି ତିନୋଟି ମୋବାଇଲ ଫୋନ, ଚକ ପଙ୍କଚର ପାଇଁ ବ୍ୟବହୃତ ଲୁହା କଣ୍ଟା ଓ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି ବାଇକ ଜବତ କରିଛନ୍ତି। ଉକ୍ତ ଘଟଣାରେ ଆଉ ଜଣେ ନାବାଳକ ସଂପୃକ୍ତ ଥିବାରୁ ତାକୁ ବାଲସୁଧାର ଗୃହ ପଠା ଯିବା ସହିତ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସଡିପିଓ ରତିକାନ୍ତ ଗିରି ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Sep 10, 2021, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.