ETV Bharat / state

ବରଯାତ୍ରୀରେ ବାଜା ସହ ନାଗ ଧରି ନାଗିନ ନାଚ, ୫ ଗିରଫ

author img

By

Published : Apr 28, 2022, 12:35 PM IST

ନାଗିନ ଗୀତରେ ଡ୍ୟାନ୍ସ କରିବା ସମସ୍ତେ ଦେଖିଛନ୍ତି । ହେଲେ ସତ ସତିକା ନାଗ ସହିତ ଡ୍ୟାନ୍ସ କରିବା ଘଟଣା ପ୍ରଥମ। ନାଗିନ ଧୁନ ସାଙ୍ଗକୁ ନାଗ ସାପକୁ ଧରି ଡ୍ୟାନ୍ସ କରିବା କଥା କଳ୍ପନା କରିବା ମାତ୍ର ଦେହରେ ଶିହରଣ ଖେଳିଯାଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଓ ଭୟଭୀତ ଲାଗୁଥିଲେ ବି ଏହା ସତ । ଅଧିକ ପଢନ୍ତୁ

ବରଯାତ୍ରୀରେ ବାଜା ସହ ନାଗ ଧରି ନାଗିନ ନାଚ
ବରଯାତ୍ରୀରେ ବାଜା ସହ ନାଗ ଧରି ନାଗିନ ନାଚ

ବାରିପଦା: ନାଗିନ ଗୀତରେ ଡ୍ୟାନ୍ସ କରିବା ସମସ୍ତେ ଦେଖିଛନ୍ତି । ହେଲେ ସତ ସତିକା ନାଗ ସହିତ ଡ୍ୟାନ୍ସ କରିବା ଘଟଣା ପ୍ରଥମ । ନାଗିନ ଧୁନ ସାଙ୍ଗକୁ ନାଗ ସାପକୁ ଧରି ଡ୍ୟାନ୍ସ କରିବା କଥା କଳ୍ପନା କରିବା ମାତ୍ର ଦେହରେ ଶିହରଣ ଖେଳିଯାଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଓ ଭୟଭୀତ ଲାଗୁଥିଲେ ବି ଏହା ସତ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ । ବାଜା ବାଜୁଛି ସମସ୍ତେ ଝୁମୁଛନ୍ତି ଆଉ ମଝିରେ ନାଗ ସାପ ଧରି ନାଚୁଛନ୍ତି ଜଣେ ସାପୁଆ କେଳା । ଏ ଘଟଣା ବରପକ୍ଷକୁ ମହଙ୍ଗା ପଡିଛି । ଘଟଣା ବନବିଭାଗ ପାଖରେ ପହଞ୍ଚିବା ପରେ କରଞ୍ଜିଆ ବନବିଭାଗ ନାଗସାପ , ସାପୁଆକେଳା ସହ ୫ ଜଣଙ୍କୁ ଗିରଫ କରିଛି ।

ବରଯାତ୍ରୀରେ ବାଜା ସହ ନାଗ ଧରି ନାଗିନ ନାଚ

ବାରଯାତ୍ରୀରେ ବାହାରିଛନ୍ତି ବରପକ୍ଷ । ବାଜା ସାଙ୍ଗକୁ ଡିଜେରେ କମ୍ପୁଛି ଅଞ୍ଚଳ । ଏହାରେ ଭିତରେ ଟୋକେଇରେ ସାପକୁ ଧରି ବରଯାତ୍ରୀ ଗହଣରେ ନାଚୁଛନ୍ତି ସାପୁଆ କେଳା । ନାଚରେ ଏକଦନ ବେହୋସ । ବିନ ବାଜା ଆଉ ଡିଜେ ସହ ନାଗ ସହ ନାଚରେ ମସଗୁଲ ସାପୁଆ କେଳା ଜଣଙ୍କ । ନା ସାପକୁ ଭୟ ଅଛି ନା କାହାରୁ ଖାତିର । ଯଦି ସାପଟି ଟୋକେଇରୁ ବାହାରି ଆସିଥାନ୍ତା ତେବେ ଅଘଟଣ ଘଟି ଯାଇ ପାରିଥାନ୍ତା ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ ସମସ୍ତେ ନାଚରେ ବ୍ୟସ୍ତ ।

ଏ ଘଟଣାକୁ ଗୁରୁତର ସହିତ ନେଇଛି ବନ ବିଭାଗ । ସାପୁଆ କେଳା ସମେତ 5 ଜଣଙ୍କୁ ଅଟକ ରଖିଛି ପୋଲିସ । ସାପୁଆ କେଳା ଜଣଙ୍କ ଅନୁଗୋଳ ଅଞ୍ଚଳର ରାମ ସିଂ ବୋଲି ଜଣାପଡ଼ିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଏଭଳି ଘଟଣାରେ ଅନ୍ୟ କେହି ଦୋଷୀ ଥିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରେଞ୍ଜର। କୌଣସି ଜୀବଜନ୍ତୁ ସହ ଏପରି କରିବା ଅପରାଧ । ଏ ଦିଗରେ ଲୋକଙ୍କୁ ସଚେତନ ହେବାକୁ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ ମଣିଷ ତାର ମନୋରଞ୍ଜନ ପାଇଁ କିଛି ବି କରୁଛି । ତେବେ ଏପରି କରି ନିଜପ୍ରତି ଓ ଜନ୍ତୁଙ୍କ ପ୍ରତି ବିପଦକୁ ନିମନ୍ତ୍ରଣ କରୁଛି ଏ ମଣିଷସମାଜ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.