ETV Bharat / state

ହଜିଗଲା ମାନବିକତା ! ମାଆ କୋଳରେ ଚାଲିଗଲା ଶିଶୁର ଜୀବନ, ମଝି ରାସ୍ତାରେ ମାଆକୁ ଓହ୍ଲାଇଦେଲା ବସ୍‌ କଣ୍ଡକ୍ଟର

author img

By ETV Bharat Odisha Team

Published : Nov 5, 2023, 7:21 AM IST

ମୟୂରଭଞ୍ଜ ବୈଶିଙ୍ଗା ଅଞ୍ଚଳରେ ଅଭାବନୀୟ ଘଟଣା । ଶିଶୁଟି ଗୁରୁତର ହେବାରୁ ମଝି ରାସ୍ତାରେ ମାଆ ସହ ଶିଶୁଟିକୁ ବସରୁ ଓହ୍ଲାଇଦେଲା ବସ କଣ୍ଡକ୍ଟର । ଚାଲିଗଲା ଶିଶୁର ଜୀବନ । କିଛି ଦିନ ପୂର୍ବେ ଶିଶୁଟିର ବାପାଙ୍କ ମଧ୍ୟ ହୋଇଥିଲା ମୃତ୍ୟୁ । ଅଧିକ ପଢ଼ନ୍ତୁ

ମାଆ କୋଳରେ ଚାଲିଗଲା ଶିଶୁର ଜୀବନ
ମାଆ କୋଳରେ ଚାଲିଗଲା ଶିଶୁର ଜୀବନ

ରାଇରଙ୍ଗପୁର: ମାନବିକତା ହରାଇଲା ମଣିଷ । ଚଳନ୍ତା ବସ୍‌ରେ 4 ବର୍ଷର ଶିଶୁ ପୁତ୍ର ଗୁରୁତର ପରେ ମୃତ୍ୟୁ ହେବାରୁ ମଝି ରାସ୍ତାରେ ମାଆକୁ ଓହ୍ଲାଇଦେଲା ବସ କଣ୍ଡକ୍ଟର । ହସ୍ପିଟାଲରେ ପହଞ୍ଚିବା ବିଳମ୍ବ ହେବାରୁ ମାଆ କୋଳରେ ଚାଲିଗଲା କୋମଳମତି ଶିଶୁର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଅଞ୍ଚଳରେ । ଏଭଳି ଘଟଣା ପରେ ମଣିଷର ମାନବିକତାକୁ ନେଇ ସବୁଠି ପ୍ରଶ୍ନ ଉଠିଛି ।

ସୂଚନା ଅନୁଯାୟୀ, ରବୀନ୍ଦ୍ର ମୁର୍ମୁ ଓ ତାଙ୍କ ସ୍ତ୍ରୀ ଜସ୍ମି ମୁର୍ମୁ ନିଜର ଶିଶୁପୁତ୍ର ସହ ଭୁବନେଶ୍ୱର ସ୍ଥିତ ପଟିଆ ଅଞ୍ଚଳରେ ପକ୍କାକାମ କରି ଜୀବିକା ନିର୍ବାହ କରୁଥିଲେ । ଗତ ମେ' ମାସରେ ରବୀନ୍ଦ୍ର ମୁର୍ମୁ ଜ୍ଵରରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଜସ୍ମି ମୁର୍ମୁ ସେଠାରେ ନିଜ ଶିଶୁପୁତ୍ର ସହିତ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେଠାରେ କାମ ଦାମ କରି ନିଜ 4 ବର୍ଷର ଶିଶୁ ପୁତ୍ର ସହ ଚଳି ଆସୁଥିଲେ ।

ଏହାମଧ୍ୟ ପଢନ୍ତୁ..4 ଶିଶୁଙ୍କୁ ନୂଆ ଜୀବନ ଦେଲେ 100 ଘଣ୍ଟାର ନବଜାତ

ହେଲେ ବିଧିର ବିଧାନ ଥିଲା ଅଲଗା । 4ବର୍ଷର ପୁଅ ଭୀମକୁ ଥଣ୍ଡା, ଜ୍ବର ଏବଂ କାଶ ହେଉଥିବାରୁ ଶୁକ୍ରବାର ଦିନ ପାଣିକୋଚ ନାମକ ଏକ ଯାତ୍ରୀବାହୀ ବସ ଯୋଗେ ଜସ୍ମି ମୁର୍ମୁ ନିଜ ଅସୁସ୍ଥ ଶିଶୁପୁତ୍ରକୁ ନେଇ ଭୁବନେଶ୍ଵରରୁ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ସ୍ଥିତ ନିଜ ଘରକୁ ଫେରୁଥିଲେ । ହେଲେ ରାସ୍ତାରେ ଭୀମର ଭୀଷଣ ପେଟ ବ୍ୟଥା ହେବାରୁ ଜସ୍ମି ମୁର୍ମୁ ବସ୍‌ କଣ୍ଡକ୍ଟରଙ୍କୁ ଏ ବିଷୟରେ କହିଥିଲେ । ଏହାପରେ ଜସ୍ମି ମୁର୍ମୁଙ୍କୁ ଶିଶୁପୁତ୍ର ସହ ବୈଶିଙ୍ଗା ଅଞ୍ଚଳରେ ଓହ୍ଲାଇ ଦେଇ ବସ୍‌ଟି ପଳାଇ ଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜସ୍ମି ମୁର୍ମୁ ପୁଅ ଭୀମକୁ ଚିକିତ୍ସା ନିମନ୍ତେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ପରେ ଏନେଇ ମେଡ଼ିକାଲ ପକ୍ଷରୁ ସ୍ଥାନୀୟ ପୋଲିସକୁ ଖବର ଦିଆ ଯାଇଥିଲା । ବୈଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ଆଜି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଅନ୍ୟପଟେ ଖବର ପାଇ ଜସ୍ମି ମୁର୍ମୁଙ୍କ ସମ୍ପର୍କୀୟ ମାନେ ବାରିପଦା ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ କିଛି ମାସ ବ୍ୟବଧାନରେ ସ୍ୱାମୀ ଏବଂ ପୁଅକୁ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ଜସ୍ମି ।

ଅନ୍ୟପଟେ ବସ୍‌ରେ ଥିବା କେହି ବ୍ୟକ୍ତି ଯଦି ଜସ୍ମିଙ୍କୁ ସାହାଯ୍ୟର ହାତ ବଢ଼ାଇଥାନ୍ତେ ତେବେ ହୁଏତ ଶିଶୁଟିକୁ ବଞ୍ଚାଇ ହୋଇପାରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସଭ୍ୟ ସମାଜରେ ମଣିଷର ମାନବିକତା କେଉଁଆଡେ ଗଲା ବୋଲି ଏବେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.