ETV Bharat / state

4 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡପିଛା ଥିଲା 5ଲକ୍ଷ ପୁରସ୍କାର - POLICE IN SUKUMA

ସେମାନେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ବହୁ ହିସାଂକାଣ୍ଡରେ ସାମିଲ ଥିଲେ । ସଂଗଠନ ପାଇଁ ଆଇନ କାନୁନକୁ ବିରୋଧ କରୁଥିଲେ । ଯେଉଁ ସଂଗଠନ ପାଇଁ ଦେଶ ବିରୋଧରେ ଅସ୍ତ୍ର ଧରିଥିଲେ ସେହି ସଂଗଠନକୁ ବିରୋଧ କରି ଆଜି ଆତ୍ମସମର୍ପଣ କଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Oct 9, 2019, 8:22 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ପୋଲିସକୁ ମିଳିଛି ବଡ ସଫଳତା । ନକ୍ସଲ ନେତାଙ୍କ ଶୋଷଣ, ଅତ୍ୟଧିକ ନିର୍ଯ୍ୟାତନା ଓ ପୋଲିସର ବାରମ୍ବାର ଅପରେସନ ପୁଣି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ 4ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆଜି ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗାଦିରାସ ଏଏସପି ଅନିଲ ବିଶ୍ଵକର୍ମା ଓ ସୁକୁମା ଏଏସପି ଶ୍ୟାମ ମଧୁକରଙ୍କ ସୂଚନା ଅନୁସାରେ ଆତ୍ମ ସମର୍ପଣ କରିଥିବା ସମସ୍ତ 4ଜଣ ମାଓବାଦୀ ପୋଲିସର ମୋଷ୍ଟୱାଣ୍ଟେଡ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଆତ୍ମ ସମର୍ପଣ କରିଥିବା 4 ମାଓଙ୍କ ମଧ୍ୟରେ 2ଜଣ ମହିଳା ଅଛନ୍ତି । 2 ମହିଳା ମାଓନେତ୍ରୀ ହେଉଛନ୍ତି ମାଣ୍ଡବି ଗାଙ୍ଗୀ, ମଡକମ ହୁଙ୍ଗି ଓ ପୁରୁଷ ମାଓବାଦୀ ହେଉଛନ୍ତି କୁଡାମି ଗଙ୍ଗା ଓ ସୋଡି ଜଗା । ଏହି ସମସ୍ତ ମାଓବାଦୀ ଦୀର୍ଘବର୍ଷ ଧରି ସଂଗଠନରେ କାର୍ଯ୍ୟକରିବା ସହ ଅନେକ ମାଓ ହିଂସାରେ ଜଡିତ ଥିଲେ । ଖାଲି ଏତିକି ନୁହେଁ ଯେତେବେଳେ ସୁଯୋଗ ମିଳିଛି ସୁରକ୍ଷା ବଳଙ୍କୁ ମଧ୍ୟ ହତ୍ୟା କରିବା ସହ ପୋଲିସ ଇନର୍ଫରମ ଭାବେ ନୀରିହ ଲୋକଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ଗାଡି ପୋଡିବା ଭଳି କାର୍ଯ୍ୟରେ ଏମାନେ ଲିପ୍ତ ଥିବା ଏଏସପି ସୂଚନା ଦେଇଛନ୍ତି ।

ଆତ୍ମସମର୍ପଣ କରିଥିବା 2ମହିଳା ମାଓବାଦୀଙ୍କ ନାଁରେ 5ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ । ଏହାସହ ଅନ୍ୟଦୁଇ ମାଓବାଦୀଙ୍କ ନାରେ ମଧ୍ୟ ଏକ ଲକ୍ଷ ଲେକ୍ଷାଏଁ ଅର୍ଥରାଶି ଘୋଷଣା କରିଥିଲେ ସରକାର । ତେବେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ଆକର୍ଷିତ ହୋଇ ଆତ୍ମ ସମର୍ପଣ କରିଥିବାରୁ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସୁକୁମା ଏଏସପି ଶ୍ୟାମ ମଧୁକର । ଖାଲି ଏତିକି ନୁହେଁ ଏମାନଙ୍କ ବିରୋଧରେ ଯେତେ ସବୁ ମାମଲା ରୁଜୁ ହୋଇଛି ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ଏସଏସପି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଲାଲଗଡର ଅନ୍ଧାରି ଦୁନିଆକୁ ତ୍ୟାଗ କରି ମୁଖ୍ୟଶ୍ରୋତକୁ ଫେରିଲେ ଦୁଇ ଦୁର୍ଦ୍ଧାନ୍ତ ମହିଳା ମାଓ ନେତ୍ରୀଙ୍କ ସମେତ ପୁଣି ୪ ଜଣ କୁଖ୍ୟାତ ମାଓବାଦୀ । Body:ସୂଚନା ମୁତାବକ ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ପୋଲିସକୁ ମିଳିଛି ଆଜି ଏକ ବଡ ସଫଳତା । ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ସହ ସୁକୁମା ପୋଲିସର ମାଓ ଦମନ ଭୟରେ ଲାଲଗଡକୁ ତ୍ୟାଗ କରି ଗାଦିରାସ ଏଏସପି ଅନିଲ ବିଶ୍ଵକର୍ମା ଓ ସୁକୁମା ଏଏସପି ଶ୍ୟାମ ମଧୁକରଙ୍କ ପାଖରେ ଆଜି ୪ ଜଣ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ଏମାନେ ସମସ୍ତେ ଦୀର୍ଘ ବର୍ଷ ଧରି ମାଓ ସଂଘଠନରେ କାର୍ଯ୍ୟ କରି ଅନେକ ହିଂସା କାଣ୍ଡ ଭିଆଇବା ସହ ବିଶେଷ କରି ଅନେକ ଯବାନଙ୍କୁ ସହିଦ କରିଛନ୍ତି । ଏହା ସହ ପ୍ରଜା କୋର୍ଟ ମାଧ୍ୟମରେ ସାଧାରଣ ଲୋକଙ୍କୁ ପୋଲିସ ଇନଫୋରମର ସନ୍ଧେହରେ ହତ୍ୟା , ରାସ୍ତାକାମରେ ନିୟଜିତ ଥିବା ଗାଡିକୁ ପଡିବା ସାଙ୍ଗକୁ ସରକାର ବିରୋଧୀ ପୋଷ୍ଟର ଲଗାଇବା ଭଳି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି । ଆଜି ଆତ୍ମ ସମର୍ପଣ କରିଥିବା ଏହି ୪ ଜଣ ମାଓବାଦୀଙ୍କ ମଧ୍ୟରେ ଦୁଇ ମହିଳା ମାଓ ନେତ୍ରୀଙ୍କ ନାମରେ ପାଞ୍ଚ ପାଞ୍ଚ ଲକ୍ଷ ଅର୍ଥ ରାଶି ଘୋଷଣା ଥିବା ମଧ୍ୟ ଜଣା ପଡ଼ିଛି । ବିଶେଷ କରି ମାଲକାନଗିରି ସୀମାନ୍ତରେ ସକ୍ରିୟ ଥିବା କେରଲାପାଲ ଏରିଆ ମାଓ କୋମିଟି- ଡି.ଏ.କେ.ଏମ.ଏସ ର ଅଦ୍ଧକ୍ଷ ଥିବା ଦୁଇ ମହିଳା ମାଓ ନେତ୍ରୀ ହେଲେ ମାଣ୍ଡବି ଗାଙ୍ଗୀ ଓ ମଡକମ ହୁଙ୍ଗି । ଏହା ସହ ଅନ୍ୟ ଦୁଇ ପୁରୁଷ ମାଓ ନେତାଙ୍କ ନାମରେ ମଧ୍ୟ ଏକ ଲକ୍ଷ ଲେଖାଏଁ ଅର୍ଥ ରାଶି ପୂର୍ବରୁ ସରକାର ଘୋଷଣା କରିଥିଲେ । ଏମାନେ ହେଲେ କୁଡାମି ଗଙ୍ଗା ଓ ସୋଡି ଜଗା ବୋଲି ସୁକୁମା ପୋଲିସ ସ୍ଵପ୍ଟ କରିଥିବା ବେଳେ କିନ୍ତୁ ମାଓ ସଂଘଠନରେ ପୂର୍ବ ଭଳି କୌଣସି ନୀତି ଓ ଆଦର୍ଶ ରହି ନଥିବା ବେଳେ ମହିଳା ମାଓବାଦୀଙ୍କୁ ସଂଘଠନରେ କୌଣସି ଗୁରୁତ୍ଵ ଦିଆ ଯାଉନଥିବା ସହ ସଙ୍ଘଠନରେ ମହିଳା ମାନଙ୍କୁ ହିଁ ଅଧିକ ପରିଶ୍ରମ କରାଯାଉଥିବା ସହ ମାଓ ନେତା ତେଲଗୁ ପ୍ରୀତି ଦେଖାଉଥିବା କାରଣରୁ ଅସହ୍ୟ ପ୍ରକାଶ କରିବା ସହ ଛତିଶଗଡ଼ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଆକୃଷ୍ଟ ହୋଇ ସଂଘଠନ ଛାଡିଥିବା ଏମାନେ ସମସ୍ତେ କହିଛନ୍ତି । ତେବେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ୪ଜଣ ନକ୍ସଲଙ୍କ ନାମରେ ପୂର୍ବରୁ ରହିଥିବା ସମସ୍ତ ମାମଲା ପୋଲିସ ପ୍ରତ୍ୟାହାର କରିନେବା ସହ ଏମାନଙ୍କୁ ସରକାରଙ୍କ ନିୟମ ଅନୁଯାଇ ଥଇତାନ କରାଯିବ ବୋଲି ସୁକୁମା ଏ.ଏସ.ପି. କହିଛନ୍ତି । Conclusion:ବାଇଟ- ଶ୍ୟାମ ମଧୁକର, ସୁକୁମା ଏ.ଏସ.ପି

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ............

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.