ETV Bharat / state

ମୟୂରଭଞ୍ଜରେ କାଳିଆର ୩୨ ବେଶ ସାଙ୍ଗକୁ 56 ଭୋଗ - mayurbhanj

ସେ ଜଗତର ଠାକୁର କଳା କଳେବର, ବଳିଆର ଭୁଜ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ଲୀଳା ଅପରମ୍ପାର । ଭାବ ବିନୋଦିଆ କାଳିଆ ଠାକୁର ପାଖକୁ ସବୁବେଳେ ଛୁଟେ ଭକ୍ତଙ୍କ ଭିଡ । ଆଉ ଏବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ତୋଟାପଡ଼ା ଗାଁରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ଆଉ ୫୬ ଭୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 30, 2019, 10:10 PM IST

ମୟୂରଭଞ୍ଜ: ଜଗତର ନାଥ ଜଗନ୍ନାଥ, ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ, ତାଙ୍କର ୩୨ ବେଶ ଆଉ ୫୬ ଭୋଗ, ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ତୋଟାପଡ଼ା ଗାଁରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ଆଉ ୫୬ ଭୋଗ । ଶ୍ରୀକ୍ଷେତ୍ର ଧାମ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ କାହିଁ କେତେ ଦୂରରୁ ଛୁଟି ଆସନ୍ତି । ତେବେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମଧ୍ୟ ୩୨ ବେଶ ଦର୍ଶନ ସମ୍ଭବ ହୋଇନଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ରାସଗୋବିନ୍ଦପୁର ବ୍ଲକର ତୋଟାପଡ଼ା ଗାଁ । ଏହି ଗାଁରେ ଶ୍ରୀ ଜଗନ୍ନାଥ କମିଟି ପକ୍ଷରୁ ଏକାଥରେ ମହାପ୍ରଭୁଙ୍କ ୩୨ ବେଶ ଦେଖିବାର ସୁଯୋଗ ମିଳିଛି । ମହାପ୍ରଭୁଙ୍କ ସୁନାବେଶ, ଶ୍ରାଦ୍ଧ ବେଶ, ନାଗାର୍ଜୁନ ବେଶ ଅବକାଶ ବେଶ ଠାରୁ ଆରମ୍ଭ କରି କୃଷ୍ଣବଳରାମ ବେଶ ପର୍ଯ୍ୟନ୍ତ ଏମିତି ୩୨ ବେଶ କରାଯାଇଥାଏ । ଆଉ ଏହି ଅପୂର୍ବ ବେଶ ଦେଖି ଜଗନ୍ନାଥ ପ୍ରେମୀ ନିଜକୁ ଧନ୍ୟ ମନେ କରୁଥିବାବେଳେ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ ଜମୁଛି ।

ପୁରୀରୁ ଆଜ୍ଞାମାଳ ଆସିବା ପରେ ଏଠାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ୩୨ ବେଶ ସହ ୫୬ ଭୋଗ । ପୁରୀ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ଏଠାରେ ମଧ୍ୟ ସମାନ ଢାଞ୍ଚାରେ ନୀତିକାନ୍ତି ଅନୁଷ୍ଠିତ ହୁଏ । ମହାପ୍ରଭୁଙ୍କ ସକାଳ ଧୂପ ଠାରୁ ଆରମ୍ଭ କରି ସନ୍ଧ୍ୟା ଆଳତୀ, ଆଉ ତାହାରି ମଧ୍ୟରେ ୫୬ ଭୋଗ ମଧ୍ୟ ଅର୍ପଣ କରାଯାଏ । ସନ୍ଧ୍ୟା ହେଲେ ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମୁଥିବାବେଳେ ୩୩ ବର୍ଷ ହେଲାଣି ଏହି ସଂଗଠନ ଏଭଳି ପ୍ରୟାସ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.