ETV Bharat / state

ସୁନାଚେନ ଚୋରି ମାମଲା: 2 ଲୁଟେରା ସମେତ ବ୍ୟବସାୟୀ ଗିରଫ

author img

By

Published : Nov 15, 2019, 9:30 PM IST

ଦୁଇ ଚେନ ଲୁଟେରା ଓ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀକୁ ମୟୂରଭଞ୍ଜ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଦୁଇ ଚେନ ଲୁଟେରା ଓ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀକୁ ମୟୂରଭଞ୍ଜ ପୋଲିସ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ରବୀନ୍ଦ୍ର ନାୟକ ଏବଂ ଦୀପକ ଜେନା । ଗିରଫ ଲୁଟେରାମାନେ ନଭେମ୍ବର ୫ ତାରିଖ ଉଦଳା ଚେନଲୁଟ ଘଟଣାରେ ସଂପୃକ୍ତ ରହିଥିବା ଏସପି ସୂଚନା ଦେଇଛନ୍ତି । ସୁନା ବ୍ୟବସାୟୀଙ୍କ ଦୋକାନରୁ ୮୪୩ ଗ୍ରାମର ସୁନା ଅଳଙ୍କାର ସହିତ ଲୁଟେରାଙ୍କ ଠାରୁ ଏକ ପଲସର ବାଇକ ପୋଲିସ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ, ଚଳିତ ମାସ ୫ ତାରିଖରେ ଉଦଳା ଅଞ୍ଚଳରୁ ଶକୁନ୍ତଳା ନାମ୍ନୀ ଜଣେ ମହିଳାଙ୍କ ଠାରୁ ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ପଳେଇ ଯାଇଥିଲେ। ଏ ବାବଦରେ ଉଦଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ସୁନା କିଣୁଥିବା ଅଭିଯୋଗରେ ବସ୍ତା ଅଞ୍ଚଳର ଦୀପକ ଜୁଏଲରୀର ମାଲିକ ଦୀପକ ରଣାକୁ ମଧ୍ୟ ପୋଲିସ ଗିରଫ କରିଛି । ଲୁଟେରାଙ୍କ ନାମରେ ପୂର୍ବରୁ ଉଦଳା, ବେତନଟୀ, ବାରିପଦା ଏବଂ ସୋର ଥାନାରେ ୧୫ଟି ମାମଲା ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ପୋଲିସ କୁ ସଫଳତା। ପୋଲିସ କବ୍ଜା ରେ ଦୁଇ ଚେନ ଲୁଟେରା ଓ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀ। ନଭେମ୍ବର ୫ ତାରିଖ ରେ ମୟୁରଭଂଜ ଜିଲ୍ଲା ର ଉଦଳା ଥରେ ହେଇଥିବା ଚେନ ଲୁଟ ଘଟଣା ରେ ପୋଲିସ ଦୁଇ ଚେନ ଲୁଟେରା ସହିତ ଲୁଟ ସୁନା କିଣୁଥିବା ଜଣେ ଦୋକାନୀ କୁ ମଧ୍ୟ ଗିରଫ କରିଛି ପୋଲିସ।ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ରେ ଏ ବିଷୟ ରେ ସୂଚନା ଦେଇଛନ୍ତି ମୟୁରଭଂଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ଚଳିତ ମାସ ୫ ତାରିଖ ରେ ମୟୁରଭଂଜ ଜିଲ୍ଲା ର ଉଦଳା ଅଂଚଳରୁ ଶକୁନ୍ତଳା ନାମ୍ନୀ ଜଣେ ମହିଳା ଙ୍କ ଠାରୁ ଦୁଇଜଣ ଲୁଟେରା ଏକ ପଲସର ବାଇକ ରେ ଆସି ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ପଳେଇ ଯାଇଥିଲେ।ଏ ବାବଦ ରେ ଉଦଳା ଥାନା ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରି ଦୁଇଜଣ ଲୁଟେରା କୁ ଧରିବାରେ ସକ୍ଷମ ହେଇଛି ।ଗିରଫ ଲୁଟେରା ଦ୍ୟୁୟ ହେଲେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳ ର ରବୀନ୍ଦ୍ର ନାୟକ ଏବଂ ଦୀପକ ଜେନା।ତା ସହିତ ସେମନଙ୍କ ଠାରୁ ଚୋରା ସୁନା କିଣୁଥିବା ବସ୍ତା ଅଂଚଳର ଦୀପକ ଜୁଏଲରି ର ମାଲିକ ଦୀପକ ରଣା କୁ ମଧ୍ୟ ଗିରଫ କରିଛି ପୋଲିସ।ସେଇ ଦୋକାନ ରୁ ମୋଟ ୮୪୩ ଗ୍ରାମ ସୁନା ଜବଦ କରିବା ସହିତ ଏକ ପଲସର ବାଇକ ମଧ୍ୟ ଜବଦ କରିଛି ପୋଲିସ। ଲୁଟେରାଙ୍କ ନାମ ରେ ପୂର୍ବରୁ ଉଦଳା,ବେତନଟୀ, ବାରିପଦା ଏବଂ ସୋର ଥାନାରେ୧୫ ଟି ମାମଲା ରହିଛି।

ବାଇଟ-ପରମାର ସ୍ମିଥ ପୁରୁଷୋତ୍ତମ ଦାସ-ଏସ ପି-ମୟୁରଭଞ୍ଜConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.