ETV Bharat / state

ଅଭିଶପ୍ତ ଜୀବନ; ଜଣେ ଶ୍ମଶାନରେ, ଆଉ ଜଣେ ଗଛମୂଳେ କାଟୁଛନ୍ତି ଜୀବନ - house problem

ଫାଇଲିନରେ ଭାଙ୍ଗିଛି ଘର, ସରକାରୀ ଯୋଜନାରେ ବି ମିଳିନି ଘର ଖଣ୍ଡେ । ଫଳରେ ଜଣେ ଭାଇ ଶ୍ମଶାନରେ ଆଉ ଜଣେ ଭାଇ ଗଛମୂଳେ କାଟୁଛନ୍ତି ଅଭିଶପ୍ତ ଜୀବନ । ଆସନ୍ତୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ...

2-brothers-have-no-house-they-are-facing-many-problems

author img

By

Published : Dec 15, 2020, 8:34 PM IST

ବାରିପଦା: ଶ୍ମଶାନ କହିଲେ ଲୋକଙ୍କ ମନରେ ଛନକା ଓ ଭୟ ଜାତ ହୁଏ । କେହି ବି ସାଧାରଣତଃ ଶଶ୍ମାନକୁ ଯାଆନ୍ତି ନାହିଁ । କିନ୍ତୁ ଏପରି ଜଣେ ମଣିଷ ଅଛନ୍ତି ଯିଏ ବର୍ଷ ବର୍ଷ ଧରି ଶ୍ମଶାନରେ ଜୀବନ ବିତାଉଛନ୍ତି । ତେବେ ଏପରି ଶଶ୍ମାନରେ ମୁଣ୍ଡ ଗୁଞ୍ଜାବା ପାଇଁ ତାଙ୍କୁ ବାଧ୍ୟ କରିଛି ପରିସ୍ଥିତି । କେବଳ ସେ ନୁହଁନ୍ତି ତାଙ୍କ ସାନ ଭାଇ ବି ଏକ ଆମ୍ବ ଗଛ ତଳେ ଜୀବନ ଅତିବାହିତ କରୁଛନ୍ତି । ଏପରି ଦୟନୀୟ ଅବସ୍ଥାରେ ରହୁଥିବା 2 ଭାଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତର ଭଞ୍ଜଭାଟି ଗ୍ରାମର ।

ଅଭିଶପ୍ତ ଜୀବନ; ଜଣେ ଶ୍ମଶାନରେ, ଆଉ ଜଣେ ଗଛମୂଳେ କାଟୁଛନ୍ତି ଜୀବନ

ପରିବାରରେ କେହି ନଥିବା ବେଳେ ବଡ଼ ଭାଇ ଶ୍ୟାମସୁନ୍ଦର ସିଂ ଗାଁ ମଶାଣିରେ ଜୀବନ ବିତାଉଛନ୍ତି ଏବଂ ସାନ ଭାଇ ସନାତନ ସିଂ ଆମ୍ବଗଛ ମୂଳରେ ଜୀବନ କାଟୁଛନ୍ତି । ଆଜିକୁ ତିନି ବର୍ଷ ତଳେ ଫାଇଲିନରେ ସେମାନଙ୍କ ଘର ଭାଙ୍ଗି ଯାଇଥିଲା । କିନ୍ତୁ ଘରଟିଏ ତିଆରି କରିବା ପାଇଁ ଅକ୍ଷମ ଯୋଗୁଁ ଶ୍ୟାମସୁନ୍ଦର ଗାଁ ମଶାଣିରେ ଥିବା ଶ୍ମଶାନ ଘାଟ ଗୃହରେ ଜୀବନ କାଟୁଛନ୍ତି । ସେପଟେ ସାନ ଭାଇ ପାରିବାରିକ କହଳରୁ ସରକାରୀ ଚାକିରୀ ଛାଡି ଘରକୁ ଫେରିବା ପରେ ମାନସିକ ଭାରସାମ୍ୟ ହରାଇ ଗଛ ମୂଳରେ ରୋଷେଇ କରି ଜୀବନ ବିତାଉଛନ୍ତି ।

ଫାଇଲିନ ତ ମୁଣ୍ଡରୁ ଛାତ ଛଡାଇ ନେଇଥିଲା, ଏହା ପରେ ଆଶା ଥିଲା କି ସରକରଙ୍କ 'ଆବସ’ ଯୋଜନାରୁ ଘର ଖଣ୍ଡିକ ମିଳିବ କିନ୍ତୁ ସେତକ ବି ସାତ ସ୍ବପ୍ନ ପାଲଟି ଯାଇଛି । ବାରମ୍ବାର ଗୁହାରୀ କଲେ ମଧ୍ୟ ହିତାଧିକାରୀ ଚୟନରେ ବିଳମ୍ବ କରୁଛନ୍ତି ସରକାରୀ ବାବୁ । ମିଳୁନି ଆବାସ ଯୋଜନାରେ ଘରଟିଏ । ଅନେକ ଦିନ ଧରି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି 2 ଭାଇ । ଏପଟେ ଗ୍ରାମବାସୀମାନେ ଘର ଖଣ୍ଡିଏ ଓ ରାସନ ସାମଗ୍ରୀ ଯୋଗେଇ ଦେବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

ତେବେ ଆମ ପ୍ରତିନିଧି ସ୍ଥାନୀୟ ବିଡିଓ ମହାଶୟଙ୍କ ସହ ଯୋଗାଯୋଗ କରିବାରୁ ସେ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ତେବେ ସରକାରୀ ବାବୁଙ୍କ ପ୍ରତିଶୃତି କେବେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.