ମାଲକାନଗିରି: ବିୟର ପାର୍ଲରକୁ ଠିପି ଖୋଲା ଦୋକାନରେ ପରିବର୍ତ୍ତନ ନ କରିବାକୁ ମହିଳାଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର । ତେବେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଛକ ନିକଟରେ ଏକ ବିୟର ପାର୍ଲର ଠିପି ବନ୍ଦ ଦୋକାନ ଅଛି । ଏହି ବିୟର ପାର୍ଲର ଠିପି ବନ୍ଦ ଦୋକାନକୁ ଠିପି ଖୋଲା ଦୋକାନ ଭାବେ ପରିବର୍ତ୍ତନ ହେବାକୁ ଯାଉଛି । ଏନେଇ ଏହାକୁ ଠିପି ଖୋଲା ଦୋକାନ ନ କରିବାକୁ ଦାବି କରିଛନ୍ତି ମହିଳା ।
ସୂଚନା ଅନୁଯାୟୀ, ଏହି ବିୟର ପାର୍ଲର ଆଖପାଖରେ ବହୁ ଦୋକାନ ବଜାର, ଘରଦ୍ବାର ଥିବା ସହ ଦୋକାନ ଠାରୁ ମାତ୍ର ୨୦୦ ମିଟର ଦୂରରେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ମଧ୍ୟ ଅଛି । ଏଥିସହ ଏହି ଛକର ଅନ୍ୟ ପାର୍ଶ୍ବରେ ମେଣ୍ଡୁକୁଲି, ମହୁପଦର ଗ୍ରାମକୁ ଯିବା ପାଇଁ ରାସ୍ତା ମଧ୍ୟ ଅଛି । ଏନେଇ ଗୋବିନ୍ଦପାଲ୍ଲୀର ଏହି ରାସ୍ତା ଦେଇ ସବୁ ସମୟରେ ଶହ ଶହ ଗାଡି ମଟର ଯିବା ଆସିବା କରୁଥିବା ବେଳେ ଏପରି ସ୍ଥଳେ ଏଠାରେ ଏକ ବିୟର ପାର୍ଲର ଠିପି ବନ୍ଦ ଦୋକାନକୁ ଠିପି ଖୋଲା ଦୋକାନ ଭାବେ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ଏହାକୁ ଠିପି ଖୋଲା ଦୋକାନ ଭାବେ ପରିବର୍ତ୍ତନ କରାଯାଏ ତେବେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଯାନବାହାନ ଚାଳକ ମାନେ ଏଠାରେ ମଦ୍ୟପାନ କରିବା ସହ ସଡକ ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ତେଣୁ ଏଠାରେ ବିୟର ପାର୍ଲର ଠିପି ଖୋଲା ଦୋକାନ ନିମନ୍ତେ ଅନୁମତି ଦିଆ ନଯାଉ ବୋଲି ମହିଳାମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।
ତେବେ ଏନେଇ ଉସାରାଣୀ ଗୌଡ କହିଛନ୍ତି," ବିୟର ପାର୍ଲର ଠିପି ବନ୍ଦ ଦୋକାନକୁ ଠିପି ଖୋଲା ଦୋକାନ ଭାବେ ପରିବର୍ତ୍ତନ ନ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଆସିଛୁ । କାରଣ ସେହି ସ୍ଥାନ ଗହଳି ଯାଗା ଏଥି ସହ ଶହ ଶହ ଗାଡି ଯିବା ଆସିବା ମଧ୍ୟ କରୁଛନ୍ତି । ଏନେଇ ଯାନବାହାନ ଚାଳକ ମାନେ ଏଠାରେ ମଦ୍ୟପାନ କରିବା ସହ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।"
ଇଟିଭି ଭାରତ,ମାଲକାନଗିରି