ETV Bharat / state

ମହିଳାଙ୍କ ମୃତ୍ୟୁକୁ ନେଇ କୋଭିଡ ହସ୍ପିଟାଲରେ ଉତ୍ତେଜନା

ମାଲକାନଗିରି କୋଭିଡ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ...

ମହିଳାଙ୍କ ମୃତ୍ୟୁକୁ ନେଇ କୋଭିଡ ହସ୍ପିଟାଲରେ ଉତ୍ତେଜନା
ମହିଳାଙ୍କ ମୃତ୍ୟୁକୁ ନେଇ କୋଭିଡ ହସ୍ପିଟାଲରେ ଉତ୍ତେଜନା
author img

By

Published : May 8, 2021, 1:36 PM IST

ମାଲକାନଗିରି: ମହିଳାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି କୋଭିଡ ହସ୍ପିଟାଲରେ ଉତ୍ତେଜନା । ମାଲକାନଗିରି ନିକଟସ୍ଥ ଏମଭି-୧୧ ଗ୍ରାମର ଜୈନିକା ମହିଳା ଏମଭି-୧୫ ଗ୍ରାମରେ ବିବାହ କରିଥିଲେ । ତେବେ ଗତ ମଙ୍ଗଳବାର ତାଙ୍କର କୋରୋନା ଟେଷ୍ଟ କରାଯିବାରୁ ସେ କୋରୋନାରେ ଆକ୍ରାନ୍ତ ଥିବା କହି କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ମହିଳାଙ୍କ ମୃତ୍ୟୁକୁ ନେଇ କୋଭିଡ ହସ୍ପିଟାଲରେ ଉତ୍ତେଜନା

ତେବେ ମହିଳାଙ୍କ ପରିବାର ଲୋକେ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲକୁ ବାରମ୍ବାର ଆସୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମହିଳାଙ୍କ ସହ ଦେଖା କରାଇଦେଉନଥିଲେ । ତେବେ ଆଜି ମହିଳାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସକାଳ ୯ଟା ସମୟରେ ଫୋନ କରି ହସପିଟାଲ ତରଫରୁ ଖବର ଦିଆଯାଇଥିଲା ।

ଏହି ଖବର ପାଇବା ପରେ ପରିବାର ଲୋକେ ମେଡିକାଲ ନିକଟରେ ପହଞ୍ଚି ହୋହାଲ୍ଲା କରିବା ସହ ମହିଳାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କାହିଁକି କରାଗଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ । ସେ ସୁସ୍ଥ ଅଛି କି ନାହିଁ ବାରମ୍ବାର ପଚାରୁଥିଲେ ମଧ୍ୟ ନିୟମ ନଥିବା କହି ସେଠାରୁ ଜବରଦସ୍ତ ତଡି ଦିଆଯାଉଥିଲା ବୋଲି ମଧ୍ଯ କହିଛନ୍ତି ପରିବାର ଲୋକେ । ଆଉ ଏବେ କୋଭିଡ ରୋଗୀର ମୃତ୍ୟୁ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଉଛି । ପରେ ମାଲକାନଗିରି ପୋଲିସ ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.