ETV Bharat / state

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କେନ୍ଦ୍ରରେ ପଡିଲା ତାଲା - ବିଭିନ୍ନ ଦାବି ନେଇ ଅଙ୍ଗନବାଡିରେ ତାଲା

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମପିଭି 73 କୁନାଲପଲ୍ଲୀ ଗ୍ରାମରେ ଥିବା ସବସେଣ୍ଟର ଅଙ୍ଗନବାଡି କେନ୍ଦ୍ରରେ ଗାଁ ଲୋକେ ତାଲା ପକାଇଛନ୍ତି । ବିଶେଷ କରି ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଦିଆଯାଉ ଥିବା ଛତୁଆ, ପୁଷ୍ଟିକର ଖାଦ୍ୟ ଓ ଅଣ୍ଡା କିଛି ମଧ୍ୟ ଦିଆଯାଉନାହିଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : Oct 1, 2019, 3:09 PM IST

ମାଲକାନଗିରି: ଜିଲ୍ଲାର କାଲିମେଳା ବ୍ଲକ ଏମପିଭି 73 କୁନାଲପଲ୍ଲୀ ଗ୍ରାମରେ ଥିବା ସବସେଣ୍ଟର ଅଙ୍ଗନବାଡି କେନ୍ଦ୍ରରେ ଗାଁ ଲୋକେ ତାଲା ପକାଇଛନ୍ତି । ଆଜି ଗାଁ ଲୋକେ ବିଭିନ୍ନ ଅଭିଯୋଗ ଦାବି କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମର ଶତାଧିକ ମହିଳା ଆଜି ଅଙ୍ଗନବାଡି କେନ୍ଦ୍ରରେ ଥିବା ମହିଳା କର୍ମୀଙ୍କୁ ଘେରି ବିଭିନ୍ନ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅଭିଯୋଗ ଅନୁସାରେ ମହିଳା କର୍ମୀ ଜଣକ ପୂର୍ବରୁ ସେମାନଙ୍କର କୌଣସି ଅଭିଯୋଗ ଶୁଣୁ ନଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଦିଆଯାଉ ଥିବା ଛତୁଆ, ପୁଷ୍ଟିକର ଖାଦ୍ୟ ଓ ଅଣ୍ଡା କିଛି ମଧ୍ୟ ଦିଆଯାଉନାହିଁ । ମହିଳା ମାନଙ୍କର ଅଭିଯୋଗ ଯେ, ସେମାନଙ୍କର ମାତୃତ୍ବର ସୁରକ୍ଷା ପାଇଁ ରାଜ୍ୟସରକାର ଦେଉଥିବା 5000 ଟଙ୍କା ମଧ୍ୟ ଅଙ୍ଗନବାଡି କର୍ମୀ ଜଣଙ୍କ ମହିଳାଙ୍କୁ ଦେଇ ନାହାଁନ୍ତି ।

ଅଙ୍ଗନବାଡି କେନ୍ଦ୍ରର ଉପସ୍ଥାନ ଖାତାରେ ମଧ୍ୟ ପିଲାମାନଙ୍କର କୌଣସି ପ୍ରକାରର ଉପସ୍ଥାନ ପଡୁନାହିଁ । ଏସମସ୍ତ ଅଭିଯୋଗ ନେଇ ଶେଷରେ ଗ୍ରାମବାସୀ ସବ ସେଣ୍ଟରରେ ବାଧ୍ୟ ହୋଇ ତାଲା ପକାଇ ଦେଇଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକେଇଲେ ଉତ୍ୟକ୍ତ ଗ୍ରାମବାସୀ

Body:ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ପି ଭି 73 (କୁନାଲପଲ୍ଲୀ) ଗ୍ରାମ ରେ ଥିବା ସବ୍ ସେଣ୍ଟର ଅଙ୍ଗନୱାଡି କେନ୍ଦ୍ରରେ ଆଜି ଗାଁ ଲୋକେ ବିଭିନ୍ନ୍ ଅଭିଯୋଗ ଦାବି କରି ଆଜି ସବ୍ ସେଣ୍ଟର ଟିରେ ତାଲା ପକେଇ ଦେଇଛନ୍ତି। ଗ୍ରାମର ଶତାଧିକ ମହିଳା ଆଜି ଅଙ୍ଗନୱାଡି କେନ୍ଦ୍ର ଟିରେ ଥିବା ମହିଳା କର୍ମୀ ଜଣଙ୍କୁ ଘେରି ବିଭିନ୍ନ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ ମହିଳା କର୍ମୀ ଜଣକ ପୂର୍ବରୁ ସେମାନଙ୍କର କୌଣସି ଅଭିଯୋଗ ଶୁଣୁ ନ ଥିଲେ। ବିଶେଷ କରି ପିଲା ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଦିଆଯାଉ ଥିବା ଛତୁଆ ଓ ପୃଷ୍ଟିକର ଖାଦ୍ୟ ଓ ଅଣ୍ଡା କିଛି ମଧ୍ୟ ଦିଆ ଯାଉ ନାହିଁ। ମହିଳା ମାନ ଙ୍କର ଅଭିଯୋଗ ଯେ ସେମାନ ଙ୍କର ମାତୃତ୍ୱ ର ସୁରକ୍ଷା ପାଇଁ ରାଜ୍ୟସରକାର ଦେଉଥିବା 5000 ଟଙ୍କା ମଧ୍ୟ ଅଙ୍ଗନୱାଡି କର୍ମୀ ଜନକ ମହିଳା ମାନ ଙ୍କୁ ଦେଇ ନାହାନ୍ତି। ଅଙ୍ଗନୱାଡି କେନ୍ଦ୍ର ର୍ ଉପସ୍ଥାନ ଖାତା ରେ ମଧ୍ୟ ପିଲା ମାନ ଙ୍କର କୋଣସି ପ୍ରକାର ର ଉପସ୍ଥାନ ପଡୁନାହିଁ।ଶେଷରେ ଗ୍ରାମବାସୀ ମାନେ ସବ୍ ସେଣ୍ଟର ଟିରେ ବାଧ୍ୟ ହୋଇ ତାଲା ପକାଇ ଦେଇଛନ୍ତି।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.