ETV Bharat / state

ଆକାଶ ଛୁଆଁ ପରିବା ଦର, ଅସନ୍ତୋଷ ଖାଉଟି

author img

By

Published : Jul 4, 2023, 12:46 PM IST

ଗ୍ରାହକଙ୍କୁ ଡରାଉଛି ପରିବା ଦର। ପରିବା ବଜାରକୁ ଯିବାକୁ ଲାଗୁଛି ଭୟ। ମାଲକାନଗିରି ବଜାରରେ ଟମାଟୋ ଦର 120 । ଅଧିକ ପଢନ୍ତୁ

Vegetable price increasing in malkangiri

ମାଲକାନଗିରି: ଶ୍ରାବଣ ମାସ ଆରମ୍ଭରୁ ପରିବା ବଜାରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢୁଛି ପରିବା ଦର । ଯାହା ଗରିବ ଓ ମଧ୍ୟବିତଙ୍କ ପକେଟକୁ ମାଡ ହୋଇଛି । ପରିବା କିଣିବାକୁ ଗଲେ ଭୟ ଲାଗୁଛି । କାହିଁକିନା ଅଧିକାଂଶ ପରିବା ଦର ଏକ କିଲୋଗ୍ରାମ ପିଛା 100 ଟଙ୍କା ପାର କରିଛି । ଫଳରେ ଅନେକ ପରିବାର କିଣିବାକୁ ସହାସ କରୁ ନାହାନ୍ତି । ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଟମାଟୋ କିଲୋ ବର୍ତ୍ତମାନ 100ରୁ 120 ଟଙ୍କାରେ ବର୍ତ୍ତମାନ ବିକ୍ରି ହେଉଛି । ଯାହାକି ଦୁଇ ଦିନ ତଳେ କିଲୋ 80 ଟଙ୍କାରେ ବିକ୍ରି ହେଉଥିଲା । ଅହେତୁକ ଦର ବୃଦ୍ଧି ସତ୍ତ୍ବେ ଉପଜିଲ୍ଲାପାଳ ଏବଂ ପୌରପରିଷଦ ଅଧିକାରୀ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ସଦର ମହକୁମାର ପରିବା ବଜାରରେ ଟମାଟୋ କିଲୋ 100 ରୁ 120 ଟଙ୍କା ରହିଥିବା ବେଳେ ଫୁଲକୋବି 100 ଟଙ୍କା, କାଙ୍କଡ଼ 80, ବାଇଗଣ 50, ଭେଣ୍ଡି 60, ସଜନା ଛୁଇଁ 70, କଲରା 60, ପୋଟଳ 70, କଞ୍ଚା କଦଳୀ 60, ପତ୍ର କୋବି 60, ସିମିଲା ମରିଚ 130, କଞ୍ଚାଲଙ୍କା 130, ଆଳୁ ଓ ପିଆଜ କିଲୋ 20 ଟଙ୍କା ରହିଛି ।

ସେହିପରି, ଅଦା କିଲୋ ପ୍ରତି 240 ଟଙ୍କା, ରସୁଣ 120ରୁ 140, ଅଣ୍ଡା ଟ୍ରେ' ପ୍ରତି 170 ଟଙ୍କା ହୋଲସେଲ ଦରରେ ବିକ୍ରୟ ହେଉଛି । ପୂର୍ବରୁ 500 ଟଙ୍କାରେ ପରିବା କିଣିଲେ ବ୍ୟାଗ୍‌ ଫୁଲ ହେଉଥିଲା । ଏବେ କିନ୍ତୁ ଅଧା ହେଉନଥିବା କହିଛନ୍ତି ଗ୍ରହକମାନେ । ଅନ୍ୟପଟେ ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପରିବା ମଣ୍ଡିରୁ ଯେଉଁ ଦରରେ ଆଣୁଛୁ ତାଠୁ ଅଳ୍ପ କିଛି ଅଧିକ ଦରରେ ଗ୍ରାହକଙ୍କୁ ବିକ୍ରି କରୁଛୁ। ସେହି ପରିବା ମଧ୍ଯରୁ କିଛି ଖରାପ ମଧ୍ୟ ବାହାରୁଛି । ତେଣୁ ପରିବା ମଣ୍ଡିରେ ଦର କମ୍ ହେଲେ ସେମାନେ ଗ୍ରାହକଙ୍କୁ କମ୍ ଟଙ୍କାରେ ପନିପରିବା ଦେଇପାରିବେ ବୋଲି ମତ ରଖିଛନ୍ତି ।

ସେହିଭଳି ନିୟନ୍ତ୍ରିତ ବଜାର କମିଟି ପରିଚାଳକ କହିଛନ୍ତି, ଏହି ଅଞ୍ଚଳରେ ପରିବା ଅମଳ ହୋଇପାରୁନାହିଁ ତେଣୁ ପରିବା ସବୁ ବାହାର ରାଜ୍ଯ ବେଙ୍ଗାଲୁରୁ, ରାୟପୁର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ଆସୁଥିବାରୁ ଗାଡ଼ି ଭଡ଼ା ଅଧିକ ରହୁଛି । ଏହି ଋତୁରେ ବାହାର ମାର୍କେଟରେ ପରିବା ଦର ପ୍ରାୟ ଦର ଅଧିକ ରହିଥାଏ, ତେଣୁ ମାଲକାନଗିରି ମାର୍କେଟରେ ପରିବାଦର ଅଧିକ ରହିଥିବା କହିଛନ୍ତି ନିୟନ୍ତ୍ରିତ ବଜାର କମିଟି ପରିଚାଳକ ।

ଯଦି ଆଗକୁ ଜିଲ୍ଲା ପ୍ରଶାସନ ପରିବା ଦର ବୃଦ୍ଧି ନେଇ ହସ୍ତକ୍ଷେପ ନକରେ ଚେହେ ଆଗକୁ ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇବ । ଫଳରେ ସାଧାରଣ ଖାଉଟି ଅସୁବିଧାରେ ପଡିବାର ଆଶଙ୍କା ରହିଛି । ତେବେ ଗତ ଦୁଇରୁ ତିନି ଦିନମଧ୍ୟରେ ଏହି ପନିପରିବା ଦର ଆକାଶ ଛୁଆଁ ହୋଇଛି । ଏହାକୁ ନେଇ ଖାଉଟି ଅସନ୍ତୋଷ ହେଉଥ‌ିବା ବେଳେ ପ୍ରଶାସନିକ ସ୍ତରରେ ପନିପରିବା ଦର ନିୟନ୍ତ୍ରଣ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.