ETV Bharat / state

ପ୍ରାସାଦଠୁ କମ୍ ନୁହେଁ ମାଓ ଇଲାକାର ଚିକିତ୍ସାଳୟ, ମିଳୁଛି ସମସ୍ତ ସୁବିଧା - malkangiri news

ପ୍ରବେଶ ଦ୍ବାରରେ ଆଲୋକରେ ସଜ୍ଜିତ ଫାଉଣ୍ଟେନ, ଚକାଚକ୍ ରାସ୍ତା, ଭିତରେ ବକ୍ରତୁଣ୍ଡଙ୍କ ପ୍ରତିମୂର୍ତ୍ତୀ । ଦେଖିଲେ କୌଣସି ପ୍ରାସାଦ ଭଳି ମନେହେଉଛି ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହଲର ଭ୍ରମ ସୃଷ୍ଟି କରୁଥିବା ଏହି ସୁଉଚ୍ଚ କୋଠା ଗୋଟିଏ ସରକାରୀ ଡାକ୍ତରଖାନା । ଅଧିକ ପଢନ୍ତୁ...

ପ୍ରାସାଦଠାରୁ କମ୍ ନୁହେଁ ମାଲକାନଗିରି ସରକାରୀ ମୁଖ୍ୟ ଚିକିତ୍ସାଳୟ, ରହିଛି ସମସ୍ତ ସୁବିଧା

author img

By

Published : Mar 18, 2021, 9:42 PM IST

ମାଲକାନଗିରି: ପ୍ରବେଶ ଦ୍ବାରରେ ଆଲୋକରେ ସଜ୍ଜିତ ଫାଉଣ୍ଟେନ, ଚକାଚକ୍ ରାସ୍ତା, ଭିତରେ ବକ୍ରତୁଣ୍ଡଙ୍କ ପ୍ରତିମୂର୍ତ୍ତୀ । ଦେଖିଲେ କୌଣସି ପ୍ରାସାଦ ଭଳି ମନେହେଉଛି ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମହଲର ଭ୍ରମ ସୃଷ୍ଟି କରୁଥିବା ଏହି ସୁଉଚ୍ଚ କୋଠା ଗୋଟିଏ ସରକାରୀ ଡାକ୍ତରଖାନା । ଉପାନ୍ତ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର ଏହା ମୁଖ୍ୟ ଚିକିତ୍ସାଳୟ । 7 ମହଲା ବିଶିଷ୍ଟ ଏହି ଡାକ୍ତରଖାନାକୁ ନେଇ ଏବେ ରାଜ୍ୟରେ ବେଶ୍ ଚର୍ଚ୍ଚା । 326 ନମ୍ବର ଜାତୀୟ ରାଜପଥ ଦେଇ ଯିବାବେଳେ ଡାକ୍ତରଖାନାଠାରେ ପଥିକ ଗାଡି ଟିକେ ଅଟକିଯାଏ, ଏଭଳି ମନୋରମ ଦୃଶ୍ୟ ଅବା କାହାକୁ ପ୍ରଲୋଭିତ ନ କରିବ ! ରୋଗୀ ବି ଖୁସ୍, ରୋଗୀଙ୍କ ସମ୍ପର୍କୀୟ ବି ଖୁସ୍ । ଡାକ୍ତରଖାନା ଦେଖିଲେ ହିଁ ରୋଗୀର ଅଧା ରୋଗ ଭଲ ହୋଇଯିବ ।

ପ୍ରାସାଦଠାରୁ କମ୍ ନୁହେଁ ମାଲକାନଗିରି ସରକାରୀ ମୁଖ୍ୟ ଚିକିତ୍ସାଳୟ, ରହିଛି ସମସ୍ତ ସୁବିଧା
ସରକାରୀ ଡାକ୍ତରଖାନା କହିଲେ ସାଧାରଣତଃ ମନକୁ ଆସିଥାଏ ଅପରିଷ୍କାର ବେଡ, ଅବ୍ୟବସ୍ଥା ଆଉ ପାନଛେପ ଭର୍ତ୍ତି କାନ୍ଥ । ହେଲେ ଏଠି ଚିତ୍ର କିଛି ଭିନ୍ନ । ଏ ସରକାରୀ ହସ୍ପିଟାଲଟି କୌଣସି ଅତ୍ୟାଧୁନିକ ଘରୋଇ ହସ୍ପିଟାଲରୁ କମ୍ ନୁହେଁ । 7 ମହଲ ବିଶିଷ୍ଟ ହସ୍ପିଟାଲକୁ ଯିବା ପାଇଁ 3ଟି ଲିଫ୍ଟର ସୁବିଧା ରହିଛି । 24 ଘଣ୍ଟିଆ ଜଳ ଯୋଗାଣ, ଆହାର କେନ୍ଦ୍ର, କ୍ୟାଣ୍ଟିନର ମଧ୍ୟ ରହିଛି । ଶିଶୁଙ୍କ ଖେଳିବା ପାଇଁ ସ୍ଲାଇଡିଂ, ଜଂପିଙ୍ଗ ପରି ସୁବିଧା ରହିଛି । ଅନ୍ୟପକ୍ଷେ ସମସ୍ତ ବିଭାଗର ନାମ ସ୍ପଷ୍ଟ ଭାବରେ ଓଡିଆରେ ଉଲ୍ଲେଖ ରହିଛି । ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଛି । ଏପରିକି ହସ୍ପିଟାଲ ପରିସର ସେଲଫି ଜୋନ୍ ମଧ୍ୟ ରହିଛି ।ଏ ଅଗ୍ରଣୀ ହସ୍ପିଟାଲକୁ କେବଳ ମାଲକାନଗିରି ନୁହେଁ ବରଂ ସୀମାନ୍ତ ଛତିଶଗଡରୁ ମଧ୍ୟ ରୋଗୀ ଆସୁଛନ୍ତି । ଏହାସହ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । ଖାଲି ଏତିକି ନୁହେଁ କୋଭିଡ ପରିଚାଳନାରେ ମଧ୍ୟ ମାଲକାନଗିରି ପ୍ରଥମ ସ୍ଥାନ ଅଧିକାର କରିଥିଲା । ତେବେ ଉପାନ୍ତ ଅଞ୍ଚଳରେ ଗରିବ ଗୁରୁବାଙ୍କ ପାଇଁ ସରକାରଙ୍କ ଏଭଳି ପଦକ୍ଷେପ ନିଶ୍ଚିତ ରୂପେ ପ୍ରଶଂସନୀୟ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.