ମାଲକାନଗିରି: ପୁଣି ମାଓ ହମଲା । ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ 2 ଯବାନ ଆହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋରରେମ ଜଙ୍ଗଲରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ। ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଏଥିରେ 2 ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ମାଓ ଆମ୍ବୁସରେ ଶହୀଦ ଯବାନଙ୍କ ମୃତଦେହକୁ ଉଦ୍ଧାର କରିବାକୁ ପହଞ୍ଚିଥିବା ହେଲିକପ୍ଟର ଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ